ନଳକୂପରୁ ପାଣି ଭରୁଥିଲେ, ମାରିଲା ଚଡକ

Published By : Prameya-News7 Bureau | June 07, 2020 IST

ଭଦ୍ରକ, ୦୭|୦୬:  ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଗୁଟାରେ ଜଣେ ମହିଳା ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେ ପାଣି ଆଣୁଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ସେ ପ୍ରାଣ ହରାଇଥିଲେ ।  

 ସୂଚନାନୁସାରେ, ଗେଲଟୁଆ ପଞ୍ଚାୟତର ବଇଞ୍ଚସାହିର ବୀଣାପାଣି ଜେନା ପାଣି ଆଣିବା ପାଇଁ ନଳକୂପକୁ ଯାଇଥିଲେ ।  ନଳକୂପରୁ ପାଣି ଭରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ସେ ତଳେ ପଡିଯାଇଥିଲେ । ତଳେ ପଡି ଚିତ୍କାର ମଧ୍ୟ କରିଥିଲେ । ଚିତ୍କାର ଶୁଣି ଘର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.