Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ପତଞ୍ଜଳି କୋଭିଡ୍ କେୟାର୍ ହସ୍ପିଟାଲରେ ମହିଳାଙ୍କୁ ମୃତ୍ୟୁ: ହସ୍ପିଟାଲର ଅବ୍ୟବସ୍ଥା ନେଇ ଅଭିଯୋଗ

5/05/2021 at 8:21 PM

ହରିଦ୍ୱାର ୦୫/୦୫ : ଉତ୍ତରାଖଣ୍ଡ ହରିଦ୍ୱାରରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଓ ରାମଦେବ ବାବା ମଙ୍ଗଳବାର ଦିନ ୧୫୦ ବେଡ୍ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ଉଦଘାଟନ କରିଥିଲେ। ଉଦଘାଟନର ୨୪ ଘଣ୍ଟା ମଧ୍ୟରେ କୋଭିଡ୍ କେୟାର୍ ସେଣ୍ଟରର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି।

ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଟଙ୍କା ମା’ଙ୍କୁ ଭେଣ୍ଟିଲେଟରରେ ଦରକାର ଥିଲା। କିନ୍ତୁ ଉଦଘାଟନ ପରେ ଭେଣ୍ଟିଲେଟର ଉପଲବ୍ଧ ନଥିବା କହି ମହିଳାଙ୍କୁ ଅନ୍ୟ ହସ୍ପିଟାଲକୁ ନେଇଯିବାକୁ କୁହାଯାଇଥିଲା। ମହିଳାଙ୍କ ପୁଅ ବହୁତ ଅନୁରୋଧ କରିବା ସତ୍ତ୍ୱେ ତାଙ୍କ ମା’ଙ୍କୁ ଭେଣ୍ଟିଲେଟରରେ ରଖାଯାଇନଥିଲା ବୋଲି ସେ କହିଛନ୍ତି। ଏପରିକି ମା’ଙ୍କ ମୃତ୍ୟୁ ସମ୍ପର୍କରେ କିଛି କୁହାଯାଇନଥିଲା।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡ ସରକାର ଓ ପତଞ୍ଜଳି ଯୋଗପୀଠ ମିଶି ୧୫୦ ବେଡ଼ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ସଞ୍ଚାଳନ କରୁଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ ବାବା ରାମଦେବ ହସ୍ପିଟାଲ ଉଦଘାଟନ କରିଥିଲେ। ହସ୍ପିଟାଲରେ ଔଷଧ, ନର୍ସିଙ୍ଗ ଷ୍ଟାଫ, ରୋଗୀ ଓ ଷ୍ଟାଫଙ୍କ ପାଇଁ ଭୋଜନ ଆଦି ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି କୁହାଯାଇଥିଲା।

   Related Posts