Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ରକ୍ତ ମିଳିଲାନି, ଡାକ୍ତରଖାନାରେ ଚାଲିଗଲା ମହିଳାଙ୍କ ଜୀବନ, ମାଆ ଛେଉଣ୍ଡ ୪ ଶିଶୁ: ଅଭାବ ଓ ଆଶଙ୍କାରେ ଛାତିରେ ପଥର ଚାପି ନିଜ ସନ୍ତାନଙ୍କୁ ଚାଇଲ୍ଡଲାଇନ ହାତରେ ଟେକିଦେଲା ବିଚରା ବାପ

5/05/2020 at 3:18 PM

ଝାରସୁଗୁଡା, ୦୫|୦୫ : ରକ୍ତ ଅଭାବରୁ ପ୍ରାଣ ହରାଇଲେ ଜଣେ ମହିଳା । ଏକା ହୋଇଗଲେ ୪  ଶିଶୁ।  ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ପୁଅର ବୟସ ୯ ବର୍ଷ ହୋଇଥିଲା ବେଳେ ସବୁଠୁ ସାନ ଝିଅର ବୟସ ମାତ୍ର ଦେଢ଼ ମାସ। ବର୍ତ୍ତମାନ ୪ଶିଶୁଙ୍କ ଭାଗ୍ୟ କଣ ହେବ ମୃତ ମହିଳାଙ୍କ ସ୍ୱାମୀ ଚିନ୍ତାରେ ଥିବା ବେଳେ ସ୍ତ୍ରୀର ଅନ୍ତ୍ୟେଷ୍ଟି ପାଇଁ କିଛି ସ୍ବେଚ୍ଛାସେବୀଙ୍କ  ସହାୟତା ମିଳିଛି।

ଲକଡାଉନ ପାଇଁ ସବୁଆଡେ ସବୁକିଛି ବନ୍ଦ। ଏପରିକି ରକ୍ତ ସଂଗ୍ରହ ମଧ୍ୟ ବାବଦ ହେଲା। ରାଜ୍ୟର ସବୁ ବ୍ଲଡ଼ ବ୍ୟାଙ୍କରେ ରକ୍ତର ଅଭାବ ଦେଖାଦେଲା। ଏପରି ପରିସ୍ଥିତିରେ କିଏ ଜାଣିଥିଲା ଅକାଳରେ ଜୀବନ ହାରିବେ ସୁନୀଲ ପାଣ୍ଡେଙ୍କ ସ୍ତ୍ରୀ। ମାତ୍ର ଦେଢ଼ ମାସର ଶିଶୁ ସମେତ ୪ଶିଶୁଙ୍କୁ ଛାଡି ଏକା କରି ଚାଲିଗଲା ମାଆ । ଏବେ ବାପା ଚିନ୍ତାରେ କରିବ କଣ ବୁଦ୍ଧିବାଟ ଦିଶୁନି ।  ଯେଉଁଆଡେ ଅନାଇଲେ ଅନ୍ଧାର ହିଁ ଅନ୍ଧାର । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ନିଜ ସ୍ତ୍ରୀକୁ ହରାଇବା ପରେ ନିଜ ଛୁଆଙ୍କୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସୁନୀଲ । କୋମଳମତି ଶିଶୁ ନିଜେ ଚାଲି ଶିଖି ନାହାନ୍ତି, କିନ୍ତୁ ନିଜ ମାଆ କୋଳରେ ଜାତ ଦେଢମାସର ଶିଶୁକୁ ମାଆ ଛାଡି ଆରପାରିକୁ ଚାଲି ଯାଇଥିବାରୁ ଅନ୍ୟ ଭାଇ ଭଉଣୀ ମନ ଭୁଲାଇବାକୁ ଚେଷ୍ଟା କରୁଛନ୍ତି ଶିଶୁଟିର ।

ସୂଚନାନୁସାରେ, ସୁଦୂର ବିହାରରୁ ଓଡିଶାକୁ ରୋଜଗାର ପାଇଁ ଧାଇଁ ଆସିଥିବା ସୁନୀଲ ନିଜ ପରିବାର ସହ ଖୁସିରେ ବନ୍ଧବାହାଲରେ ରହୁଥିଲେ। ଦୁଇଦିନ ତଳେ ହଠାତ ସ୍ତ୍ରୀ ଅସୁସ୍ଥ ହେବାରୁ ଲକଡାଉନ ଯୋଗୁଁ ଅସୁବିଧା ସତ୍ତ୍ୱେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ତାଙ୍କ ପାଇଁ ଦୁର୍ଭାଗ୍ୟ ଯେ ସ୍ତ୍ରୀ ପାଇଁ ଆବଶ୍ୟକ ରକ୍ତ ଯୋଗାଡ଼ କରି ପାରିଲେନି। ରକ୍ତ ବଦଳ କରି ନିଜ ରକ୍ତ ଦେବାକୁ ଚାହିଁ ମଧ୍ୟ କିଛି କରି ପାରିଲେନି। ଶେଷରେ ନିଜର ପ୍ରାଣପ୍ରିୟା ଆଉ ରହିଲାନି,ହାତ ଛାଡି ଏକୁଟିଆ କରି ଚାଲିଗଲେ।

ଗୋଟିଏ ପଟେ ସ୍ତ୍ରୀର ଶବ, ଅନ୍ୟପଟେ ୪ ଶିଶୁଙ୍କ ଅନାଥ ଅବସ୍ଥା। ଏହା ଦେଖିବା ମଧ୍ୟ ଅସମ୍ଭବ। ତଥାପି ଛାତିରେ କୋହକୁ ଚାପି ରଖି ନିଜ ଶିଶୁଙ୍କ ଥଇଥାନ କଥା ପ୍ରଥମେ ଚିନ୍ତା କରି ବାପାର କର୍ତ୍ତବ୍ୟ କରିବାକୁ ଯାଇ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଥିଲେ ବାପା ସୁନୀଲ। ତାପରେ ନିଜେ ଆର୍ଥିକ ଅନଟନ ରେ ଥିବା ସୁନୀଲ ପତ୍ନୀଙ୍କ ଅନ୍ତ୍ୟେଷ୍ଟି କିଛି ସ୍ବେଚ୍ଛାସେବୀ ସଂଗଠନର  ସହାୟତା ଲୋଡିଥିଲେ। ଏଥିପାଇଁ କିଛି ସଂଗଠନ ପକ୍ଷରୁ ଅନ୍ତ୍ୟେଷ୍ଟି କରାଇବା ବ୍ୟବସ୍ଥା କରାଯାଇଛି। ରକ୍ତହୀନତାରୁ ମହିଳାଙ୍କ ମୃତ୍ୟୁ ହେଲା। ବେସାହାରା ହେଲେ ୪ ଶିଶୁ। ଚାରିଆଡେ କରୋନାକୁ ନେଇ ଆତଙ୍କର ବାତାବରଣ ଦେଖାଦେଇ ଥିବା ବେଳେ ଲକଡାଉନ ନିଜ ସ୍ତ୍ରୀକୁ ପାଖରୁ ଛଡାଇ ନେଲା ବୋଲି କାନ୍ଦି କାନ୍ଦି କହିଛନ୍ତି ସ୍ୱାମୀ ସୁନୀଲ ପାଣ୍ଡେ। ଆଉ ଆଇନ ଅନୁସାରେ ଶିଶୁଙ୍କ ଥଇଥାନ କରିବା ବୋଲି କହିଛି ଚାଇଲଡ଼ ଲାଇନ ।

   Related Posts