ଭାରତରେ କରୋନା ନେଲା ଆଉ ଏକ ଜୀବନ, ଦିଲ୍ଲୀରେ ୬୯ ବର୍ଷୀୟା ମହିଳା ମୃତ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ, ୧୩|୦୩:   ଭାରତରେ କରୋନା ଭାଇରସରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଦିଲ୍ଲୀରେ ସାମନାକୁ ଆସିଛି। ଏହା କରୋନା ପାଇଁ ଦିଲ୍ଲୀରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। କରୋନା ଲକ୍ଷଣ ଦେଖାଯିବା ପରେ ୬୯ ବର୍ଷୀୟା ଜଣେ ମହିଳାଙ୍କୁ ରାମ ମନୋହର ଲୋହିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳା ଡାଏବେଟିସରେ ମଧ୍ୟ ପୀଡିତ ଥିଲେ।

wp:core-embed/twitter {"url":"https://twitter.com/ANI/status/1238513988041732096","type":"rich","providerNameSlug":"twitter","className":""}
https://twitter.com/ANI/status/1238513988041732096
/wp:core-embed/twitter

ମୃତ ମହିଳାଙ୍କ ପୁଅ ନିକଟରେ ବିଦେଶରୁ ଭାରତ ଫେରିଥିଲେ। ଏହା ପୂର୍ବରୁ କର୍ଣ୍ଣାଟକରେ ଆଉ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ସେହିପରି ଭାରତରେ କରୋନା ୨ଟି ମୁଣ୍ଡ ନେଇଛି। ଦେଶରେ କରୋନା ସମ୍ପର୍କୀୟ ୮୯ଟି ମାମଲା ନଜରକୁ ଆସିଛି। ତେବେ ଆଜି ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାପରେ କେରଳର ଜଣେ ବ୍ୟକ୍ତି ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ତେବେ ଦିଲ୍ଲୀରେ ମହିଳାଙ୍କ ମୃତ୍ୟୁକୁ ସରକାରୀ ଭାବେ ଦ୍ୱିତୀୟ ମୃତ୍ୟୁ କୁହାଯାଉଛି।

{"id":237947,"width":759,"height":427,"sizeSlug":"large"}

ସୂଚନାଯୋଗ୍ୟ, ଦିଲ୍ଲୀରେ ୬ଟି, ହରିୟାଣାରେ ୧୪, କେରଳରେ ୧୭, ରାଜସ୍ଥାନରେ ୩, ତେଲେଙ୍ଗାନାରେ ୧, ଉତ୍ତର ପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ୧, ଜମ୍ମୁ-କାଶ୍ମୀରରେ ୧, ପଞ୍ଜାବରେ ୧, କର୍ଣ୍ଣାଟକରେ ୪ ଓ ମହାରାଷ୍ଟ୍ରରେ ୧୧ଟି ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.