ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ
20/08/2019 at 10:36 AM

ଅଗୁଗୋଳ ୨୦|୮: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଅନୁଗୋଳ ଛେଣ୍ଡିପଦା ବାଲିପଦାଠାରେ ହାତୀ ଆକ୍ରମଣରେ ମାଛକୁଟା ପାଣପସି ଗାଁର ନଳିତା ମଝିଙ୍କ ମୃତ୍ୟୁ ହୋଇଛି ।

ସେ ବାଗଡିଆ ହାଟରୁ ଫେରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ନଳିତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଛି । ଏବେ ସୁଦ୍ଧା ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିନଥିବାରୁ ଉତ୍ତେଜନା ଦେଖାଦେଇଛି ।