ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ...

Published By : Prameya-News7 Bureau | September 16, 2019 IST

ଆଠଗଡ୧୬|୯; ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ବଡ଼ମ୍ବା ଥାନା ଗମେଇ ଗାଁର ସ୍ନେହଲତା ନାୟକ। ପାଇଖାନାରେ ଲାଗିଥିବା ଟୁଲୁ ପମ୍ପରୁ କରେଣ୍ଟ ଲାଗି ଘଟିଛି ଏହି ଅଘଟଣ। ଗତକାଲି ସ୍ନେହଲତା ନିଜ ଘର ଚାରିପଟେ ଥିବା ଘାସକୁ ଏକ ଦାଆ ସାହାଯ୍ୟରେ କାଟିବା ସମୟରେ ପାଇଖାନା ପାଖରେ ଟୁଲୁ ପମ୍ପକୁ ସଂଯୋଗ କରୁଥିବା ତାର ଟିକୁ ଅଜାଣତରେ କାଟି ଦେଇଥିଲେ ।

{"id":158345}

ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ବଡମ୍ବା ଓ ପରେ ଆଠଗଡ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

{"id":158347}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.