Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜୀବନ ନେଲା ସାନିଟାଇଜର୍: ଅଳିଆ ସହ ପୋଡିଦେଲେ ସାନିଟାଇଜର୍ ବୋତଲ, ବିସ୍ଫୋରଣରେ ମହିଳାଙ୍କ ମୃତ୍ୟୁ

4/01/2021 at 4:54 PM

ମୁମ୍ବାଇ ୦୪/୦୧ : କରୋନା ଭାଇରସ ଯୋଗୁଁ ହ୍ୟାଣ୍ଡ ସାନିଟାଇଜର୍ ଲୋକଙ୍କ ବ୍ୟକ୍ତିଗତ ଆବଶ୍ୟକତା ହୋଇଯାଇଛି। କରୋନା ଭାଇରସରୁ ବଞ୍ଚିବାକୁ ମାସ୍କ ଏବଂ ସାନିଟାଇଜର୍ ସବୁବେଳେ ପାଖରେ ରଖିବାକୁ ପରାମର୍ଶ ଦିଆଯାଉଛି। କରୋନା ମହାମାରୀ ଯୋଗୁଁ ସାନିଟାଇଜର୍ ଲୋକଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଲୋକେ ନିଜ ପକେଟରେ ବା ବ୍ୟାଗରେ ସବୁବେଳେ ସାନିଟାଇଜର୍ ରଖି ବୁଲୁଛନ୍ତି। କିନ୍ତୁ ଏହି ସାନିଟାଇଜର ବେଳେବେଳେ ଘାତକ ପ୍ରମାଣିତ ହେଉଛି। ସାନିଟାଇଜର କାହାର ଜୀବନ ବି ନେଇପାରେ ତାହା ବୋଧହୁଏ କିଏ କେବେ ଭାଵିନଥିବେ। ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ।

ମହାରାଷ୍ଟ୍ରରେ ସାନିଟାଇଜର୍ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଘଟଣା ମହାରାଷ୍ଟ୍ର କୋଲ୍ହାପୁର ବୋରବଡେ ଗାଁରେ ଘଟିଛି। ଏହି ଗାଁରେ ରହୁଥିବା ସୁନିତା କାଶିଦ ଘରର ସବୁ ଅଳିଆ ବାହାର କରି ପୋଡ଼ିବାକୁ ଗୋଟିଏ ଜାଗାରେ ଜମା କରିଥିଲେ। ଭୁଲରେ ସାନିଟାଇଜର୍ ବୋତଲ ବି ସେହି ଅଳିଆରେ ରହିଯାଇଥିଲା। କେହି ଜାଣିପାରିନଥିଲେ ଯେ ଅଳିଆ ଗଦାରେ ସାନିଟାଇଜର୍ ବୋତଲ ବି ପଳେଇଛି। ସୁନିତା ଯେମିତି ଅଳିଆରେ ନିଆଁ ଲଗାଇଲେ ସାନିଟାଇଜର୍ ବୋତଲରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ମହିଳାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଛି। ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ଡିସେମ୍ବର ୨୭ ତାରିଖରେ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସାନିଟାଇଜରରେ ବି କେମିକାଲ ଥାଏ ଯେଉଁଥିପାଇଁ ଏହିଭଳି ଦୁର୍ଘଟଣା ଘଟିଥାଏ। ସେଥିପାଇଁ ସାନିଟାଇଜର ବୋତଲ ସାବଧାନତାର ସହ ବ୍ୟବହାର କରିବା ଉଚିତ। ଏମିତି କୌଣସି ଜାଗାରେ ସାନିଟାଇଜର ରଖିବା ଉଚିତ ନୁହେଁ ଯେଉଁଠାରେ ନିଆଁ ଲାଗିବାର ସମ୍ଭାବନା ଥାଏ। କାରରେ ସାନିଟାଇଜର ରଖି କାରକୁ ଖରାରେ ପାର୍କ କରିବା ଉଚିତ ନୁହେଁ। ଏଥିରେ ବି ନିଆଁ ଲାଗିବାର ସମ୍ଭାବନା ଥାଏ। ଯଦି ଆପଣ ଘରୁ ଅଳିଆ ବାହାର କଲାବେଳେ ସାନିଟାଇଜର ବୋତଲ ଅଳିଆ ସାଙ୍ଗେ ବାହାର କରୁଛନ୍ତି ତାହେଲେ ଏହିଭଳି ଭୁଲ କରନ୍ତୁନି। ଏହାଦ୍ୱାରା ଆଉ କାହାର ଜୀବନ ଯାଇପାରେ।

   Related Posts