Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନିର୍ବନ୍ଧ ପୂର୍ବରୁ ପ୍ରେମିକ ସହ ଫେରାର ହୋଇଗଲା ଝିଅ, ସହି ନ ପାରି ଆତ୍ମହତ୍ୟା କରିଦେଲା ମାଆ

19/11/2020 at 3:33 PM

ପାଟଣା,୧୯/୧୧ : ନିର୍ବନ୍ଧ ପୂର୍ବରୁ ଫେରାର ହୋଇଗଲା ଝିଅ । ଏହାପରେ ମାନସିକ ଚାପର ବଶବର୍ତ୍ତୀ ହୋଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଦେଲା ମାଆ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗ୍ରାମରେ ।

ସୂଚନାନୁସାରେ, ପାଟଣା ଥାନା ଏରେଣ୍ଡେଇ ଗ୍ରାମରେ ରୁହନ୍ତି ରତ୍ନାକର ପାତ୍ର ଓ  ପତ୍ନୀ ଇନ୍ଦୁମତୀ ପାତ୍ର(୫୦) । ରତ୍ନାକରଙ୍କ ଝିଅ ବାହାଘର ଠିକ୍ ହେବା ସହ ଆସନ୍ତା ୨୦ ତାରିଖରେ ନିର୍ବନ୍ଧ ତିଥି ଠିକ୍ ହୋଇଥିଲା । ତେବେ ଝିଅଟି ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲା । ନିର୍ବନ୍ଧ  ପୂର୍ବରୁ ଝିଅ ଘର ଛାଡି ଉକ୍ତ ଯୁବକଙ୍କ ସହିତ ଚାଲିଯାଇଥିଲା । ଏହାକୁନେଇ ରତ୍ନାକର ଏବଂ ଇନ୍ଦୁମତୀ ଉଭୟ ସ୍ୱାମୀ ସ୍ତ୍ରୀ ଗଭୀର ଭାବେ ଦୁଃଖିତ ଥିଲେ । ମାନସିକ ଚାପରେ ରହିଥିଲେ । ଏହି ଘଟଣାରେ ମ୍ରିୟମାଣ ହୋଇ ବୁଧବାର ସକାଳେ ଘରେ କେହି ନଥିବା ବେଳେ ଇନ୍ଦୁମତୀ ନିଜ ଶରୀରରେରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଯନ୍ତ୍ରଣାରେ ଚିତ୍କାର କରୁଥିବା ସମୟରେ ପାଖ ପଡୋଶୀ ଦୌଡି ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଇନ୍ଦୁମତୀଙ୍କ ଶରୀରରୁ ନିଆଁ ଲିଭାଇବା ବେଳକୁ ତାଙ୍କର ୯୦ ଭାଗ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା ।  ଅବସ୍ଥା ସଙ୍କଟା ପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ନରଣପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା । ମେଡିକାଲ ଫାଣ୍ଡି ପୋଲିସ ଇନ୍ଦୁମତୀଙ୍କ ମୃତଦେହ ଜବତ କରି ମର୍ଗ ହାଉସରେ ରଖିଛନ୍ତି । ଏନେଇ ପରିବାର ଲୋକେ ପାଟଣା ଥାନାରେ ଜଣାଇଥିବାବେଳେ ଏ ସମ୍ପର୍କିତ ଏକ ଅପମୃତ୍ୟୁ ମାମଲା ୪୭/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

   Related Posts