Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଚୁଟି ରଙ୍ଗ କରିବାକୁ ଗ୍ଲାସରେ ରଙ୍ଗ ଗୋଳେଇ ରଖିଥିଲା ବୋହୁ, ପାଣି ଭାବି ପିଇଦେଲେ ଶାଶୁ, ଆଉ ତା’ପରେ…

14/06/2021 at 9:22 PM

ଗୋପାଳଗଞ୍ଜ, ୧୪/୦୬ : ବିହାର ଗୋପାଳଗଞ୍ଜ ଅଞ୍ଚଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚୁଟି ରଙ୍ଗ କରିବାକୁ ଗ୍ଲାସରେ ରଖିଥିବା ରଙ୍ଗକୁ ପାଣି ଭାବି ଜଣେ ବୟସ୍କ ମହିଳା ପିଇଦେଲେ। ରଙ୍ଗ ପିଇବା କ୍ଷଣି ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ବେହୋସ ହୋଇଯିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଇଗଲେ। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ଲାଲମତୀ ଦେବୀଙ୍କ ବୟସ ୭୦ ବର୍ଷ।

ସଦର ହସ୍ପିଟାଲରେ ନିୟୋଜିତ ପୋଲିସ ଅଧିକାରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ପଚରାଉଚୁରା ବେଳେ ପରିବାର ଲୋକେ କହିଛନ୍ତି ଯେ, ମୃତକଙ୍କ ବୋହୁ ନିଜ ଚୁଟି ରଙ୍ଗ କରିବାକୁ ଗ୍ଲାସରେ ଗୋଳାଇ ରଖିଥିଲେ ଓ କିଛି କାମ କରିବାକୁ ଚାଲି ଯାଇଥିଲେ। ଏତିକିବେଳେ ତାଙ୍କ ଶାଶୁ ତାକୁ ପାଣି ଭାବି ପିଇଦେଲେ।ପରିବାର ଲୋକଙ୍କ କହିବାନୁଯାୟୀ, ଲାଲମତୀଙ୍କ ଆଖିକୁ କମ ଦେଖାଯାଏ ଯେଉଁଥିପାଇଁ ଗ୍ଲାସରେ ଥିବା ରଙ୍ଗ ତାଙ୍କୁ ଦେଖା ଯାଇନଥିଲା। ବେହୋସ ହୋଇଯିବାରୁ ତାଙ୍କୁ ସଦର ହସ୍ପିଟାଲ ଏମେର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳେ ତାଙ୍କ ଶରୀରରେ ବିଷ ବ୍ୟାପି ସାରିଥିଲା। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଷ୍ଟ ପାର୍ଟମ ବିନା ମହିଳାଙ୍କ ଶବ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଚୁଟିରେ ବ୍ୟବହୃତ ହେଉଥିବା ରଙ୍ଗରେ ୬ରୁ ଅଧିକ ପ୍ରକାର କେମିକାଲ ଥାଏ। ସବୁ କେମିକାଲ ଅଲଗା ଅଲଗା ପ୍ରଭାବ ରହିଛି। ଡାକ୍ତରଙ୍କ କହିବାନୁଯାୟୀ, ହେୟାର ଡାଏ ସେବନ କଲେ କିଡନୀ ଫେଲ ହୋଇଯାଇଥାଏ। ଲିଭର ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ସେଥିପାଇଁ ରୋଗୀକୁ ବାନ୍ତି କରାଯାଇଥାଏ। କିନ୍ତୁ ଏହି କେମିକାଲ ଶରୀରରେ ବ୍ୟାପିଗଲେ ବଞ୍ଚାଇବା ମୁସ୍କିଲ ହୋଇଯାଏ।

   Related Posts