ସ୍ୱାମୀ ସ୍ତ୍ରୀ ବିବାଦର କରୁଣ ପରିଣତି ; ପ୍ରସବ ପରେ ସ୍ତ୍ରୀ ମୃତ

Published By : Prameya-News7 Bureau | June 02, 2018 IST

ବାଟରେ ପ୍ରସବ କରି ମହିଳାଙ୍କ ମୃତ୍ୟୁ । ଘରେ ସ୍ୱାମୀଙ୍କ ସହିତ ଝଗଡା ହେବାରୁ ସ୍ତ୍ରୀ ତାଙ୍କ ଘରେ କବାଟ କିଳି ଦେଇଥିଲେ । ବାପଘର ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ଘଟିଛି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମାଣିଦା ଗାଁରେ | ମୃତ ମହିଳା ଜଣକ ହେଉଛନ୍ତି ମାଣିଦା ଗାଁର ରାଜେଶ ସେଠୀଙ୍କ ସ୍ତ୍ରୀ | ମୃତ୍ୟୁବରଣ କରିଥିବା ମହିଳା ମିତା ସେଠୀ ଗତକାଲି ରାତିରେ ନିଜ ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତେବେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ସ୍ୱାମୀ ରାଜେଶଙ୍କ ସହିତ ଝଗଡା ହୋଇଥିବାରୁ ସେ ଭିତର ପଟୁ କବାଟ କିଳି ଦେଇ ରଖିଥିଲେ । ଖବର ପାଇ ମିତାଙ୍କ ବାପଘର ଲୋକେ ଆସି କବାଟ ଭାଙ୍ଗି ତାଙ୍କୁ ଉଦ୍ଦାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଅାଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନବଜାତ ଶିଶୁକୁ ହସ୍ପିଟାଲରେ ଚିକିତ୍ସା କରାଯାଉ ଥିବା ବେଳେ ସମ୍ପୃକ୍ତ ସ୍ୱାମୀଙ୍କୁ ବାଙ୍ଗିରିପୋଷି ଥାନା ରେ ଅଟକ ରଖି ପଚରାଉଚରା କରୁଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.