ମାସ୍କ ପିନ୍ଧିନଥିଲେ, ପୋଲିସକୁ ଦେଖି ଲାଗିଲେ କାଳିସୀ: ମହିଳାଙ୍କ ବ୍ୟବହାର ଦେଖି ପୋଲିସ ବି ଆଶ୍ଚର୍ଯ୍ୟ

Published By : Prameya-News7 Bureau | June 10, 2021 IST

ପୌଡି ୧୦/୦୬ : କରୋନା ନିୟମ ଉଲଙ୍ଘନକାରୀ ପୋଲିସ ହାତରେ ଧରା ପଡିବ ପରେ ଖସିବା ପାଇଁ ଅନେକ ବାହାନା କରିଥାନ୍ତି । କିଏ କହିଥାଏ ମାସ୍କ ଲଗାଇଲେ ଅଣନିଶ୍ୱାସୀ ଲାଗୁଛି, ତ ପୁଣି କିଏ କହେ ଲଗେଇଥିଲି, ଟିକେ ସମୟ ପୂର୍ବରୁ ଖୋଲିଛି । ପୁଣି କିଏ କହେ ମାସ୍କ ପକେଟରେ ଅଛି, ତା କିଏ ପୋଲିସ ସହ ପାଟିତୁଣ୍ଡ ମଧ୍ୟ କରିଥାଏ । ଏମିତି ଅନେକ ବାହାନା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡ ପୌଡିରେ ଜଣେ ମହିଳା ପିନ୍ଧିନଥିଲେ | ଧରା ପଡିବା ପରେ ଏକ ନୂଆ ଡ୍ରାମା ଆରମ୍ଭ କରିଦେଇଥିଲେ । ମହିଳା ଏମିତି ଡ୍ରାମା କରିଥିଲେ ସତେଯେମିତି ତାଙ୍କୁ କାଳିସୀ ଲାଗିଯାଇଛି ।

ମହିଳାଙ୍କ ବ୍ୟବହାର ହଠାତ ବଦଳିଯିବା ଦେଖି ସେଠାରେ ଉପସ୍ଥିତ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ଚୁପ ଚାପି ଛିଡା ହୋଇ ମହିଳାଙ୍କ କାର୍ଯ୍ୟକଳାପ ଦେଖୁଥିଲେ । କାରଣ ପୋଲିସ ଜାନୀଡ଼ସାରିଥିଲା ଯେ ମହିଳା ଜଣକ ଡ୍ରାମା କରୁଛନ୍ତି । କିନ୍ତୁ ଡ୍ରାମାର ଥିମ କଣ ତାହା ପୋଲିସ ଜାଣିବାକୁ ଚାହୁଁଥିଲା ।

ତେବେ ଡ୍ରାମା କରି ମହିଳାଙ୍କର ଗୋଟିଏ ଲାଭ ନିଶ୍ଚୟ ହେଲା । ମହିଳାଙ୍କ ଡ୍ରାମା ଦେଖି ପୋଲିସ ତାଙ୍କର ଚାଲାଣ କାଟିନଥିଲା । ତେବେ ମହିଳାଙ୍କୁ ଚେତାବନୀ ଦେଇ ପୋଲିସ କହିଲା, ଆଉ ଥରେ ବିନା ମାସ୍କରେ ଘରୁ ବାହାରକୁ ଗଲେ କୌଣସି ଡ୍ରାମା କାମ କରିବନି । ମହିଳାଙ୍କର ଏହି କାଳିସୀ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏସଆଇ ଦୀପା ମଲ୍ଲ କହିଛନ୍ତି ଯେ ସ୍କୁଟିରେ ଦୁଇଜଣ ଯାତ୍ରା କରୁଥିଲେ ଓ ମାସ୍କ ଭଲ ଭାବେ ପିନ୍ଧିନଥିଲେ । ପୋଲିସକୁ ଦେଖିବା ପରେ ମହିଳା କାଳିସୀ ଲାଗିବା ଭଳି ବ୍ୟବହାର କରିଥିଲେ । ପୋଲିସ ମହିଳାଙ୍କୁ କରୋନା ଗାଇଡଲାଇନ ପାଳନ କରିବାକୁ କହିଥିଲା । ଯାହାଫଳରେ ସେ ଏହିଭଳି ବ୍ୟବହାର କରିଥିଲେ । ମହିଳାଙ୍କୁ ଚେତାବନୀ ଦେଇ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.