ଶିବରାତ୍ରିରେ ଅଘଟଣ, ମନ୍ଦିରରେ ଦୀପରୁ ନିଆଁ ଲାଗି ମହିଳା ଶ୍ରଦ୍ଧାଳୁ ଗୁରୁତର

Published By : Prameya-News7 Bureau | February 21, 2020 IST

ଆନନ୍ଦପୁର ୨୧।୨: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପ୍ରାଚୀନ ଶୈବପୀଠ ଦେଓଗାଁ ସ୍ଥିତ କୂଶଳେଶ୍ବର ମନ୍ଦିରରେ ଅଘଟଣ । ଦୀପରୁ ନିଆଁ ଲାଗି ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି ଦେଓଗାଁର କମଳିନୀ ବାରିକ ।

ସୂଚନାଯୋଗ୍ୟ ଯେ, ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠମାନଙ୍କରେ ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ । ଆନନ୍ଦପୁରର ପ୍ରାଚୀନ ଶୈବପୀଠ ଦେଓଗାଁ ସ୍ଥିତ କୂଶଳେଶ୍ବର ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣଙ୍କ ମନ୍ଦିରରେ ଦୀପ ଲଗାଇ ମୁଣ୍ଡିଆ ମାରିବା ସମୟରେ ପଛପଟେ ଅନ୍ୟ ଜଣେ ଯୁବତୀ ଦୀପ ଜଳୁଥିଲେ । ତେବେ ସେହି ଦୀପରୁ କମଳିନୀଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଓ ପରିବାରଲୋକ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.