ଜନଗହଳିପୂର୍ଣ୍ଣ ମଝି ରାସ୍ତାରେ ଛୁଆ ଜନ୍ମ କଲେ ମହିଳା, ନିକଟ ସଂପର୍କୀୟ କେହି ନଥିଲେ ସାଙ୍ଗରେ

Published By : Prameya-News7 Bureau | August 23, 2019 IST

ବ୍ରହ୍ମପୁର ୨୩|୮: ବ୍ରହ୍ମପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋର୍ଟପେଟା ଛକ ରାସ୍ତା ଉପରେ ପ୍ରସବ କରିଛନ୍ତି ଜଣେ ମହିଳା । ମହିଳା ଜଣଙ୍କ ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ଅଞ୍ଚଳର ବୋଲି ଜଣାପଡ଼ିଛି ।

{"id":147744}

ସୂଚନାଯୋଗ୍ୟ ଯେ, ବସରୁ ଓହ୍ଲାଇ ମେଡିକାଲ ଯାଉଥିବା ବେଳେ କୋର୍ଟପେଟା ଛକ ରାସ୍ତା ଉପରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ ମହିଳା । ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ମହିଳାଙ୍କ ସାଙ୍ଗରେ କେହି ପରିବାର ଲୋକ ନଥିବା ବେଳେ କେବଳ ୪ ବର୍ଷର ଛୁଆ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.