Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରାଜଧାନୀରେ ଅଭାବନୀୟ ଘଟଣା : ଲେବର ରୁମ୍‌ରୁ ତଡିଦେଲେ ଡାକ୍ତର, ଫୁଟ୍‌ପାଥରେ ପ୍ରସବ କଲେ ମହିଳା

12/10/2019 at 3:22 PM

ଭୁବନେଶ୍ବର ୧୨|୧୦: ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଚାଲିଛି ସରକାରଙ୍କ ମହତ୍ବକାଂକ୍ଷୀ ଅଭିଯାନ ‘ମୋ ସରକାର’ । କିନ୍ତୁ ବିଡମ୍ବନା ଖୋଦ୍ ଡାକ୍ତର ବାବୁ ‘ମୋ ସରକାର’କୁ ଉପହାସ କରୁଛନ୍ତି । ରାଜଧାନୀ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହସପିଟାଲ ଫୁଟପାଥରେ ସନ୍ତାନ ପ୍ରସବ କଲେ ମହିଳା । ଲେବର ରୁମର ଡାକ୍ତର ଫେରାଇ ଦେବାରୁ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ବ୍ଲଡ୍ ବ୍ୟାଙ୍କ ପାଖରେ ସନ୍ତାନ ପ୍ରସବ କରିଛନ୍ତି । ଯାହାର ଭିଜୁଆଲ ଭାଇରାଲ୍ ହୋଇଛି ।

ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ସାଲିଆ ସାହିର ପାନା ମୁର୍ମୁ ଗର୍ଭ ଯନ୍ତ୍ରଣା ପରେ କ୍ୟାପିଟାଲ ହସପିଟାଲ ଆସିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ତାଙ୍କର ପ୍ରସବ କରାଇନଥିଲେ । କ୍ରିଟିକାଲ ଅଛି କଟକ ପଳାଅ ବୋଲି କହିଲେ । ସେପଟେ ପାନା ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରିବାର ଲୋକେ ପ୍ରସବ କାରାଇବାକୁ ଡାକ୍ତରଙ୍କୁ ନେହୁରା ହୋଇଥିଲେ । ତଥାପି ଡାକ୍ତରଙ୍କ ଦୟା ହୋଇନଥିଲା । ଚିକିତ୍ସା କରିବା ବଦଳରେ ଲେବର ରୁମର ବାହାରି ଯିବାକୁ କହିଥିଲେ । କଟକ ଯିବାକୁ ମହିଳାଙ୍କ ପରିବାର ନିକଟରେ ଟଙ୍କା ନଥିଲା ।

କଷ୍ଟେମଷ୍ଟେ ଲେବର ରୁମରୁ ବାହାରି ହସପିଟାଲ ରାସ୍ତା ଫୁଟଫାଥରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସ୍ଥାନୀୟ ଲୋକେ ଏକଥା ଦେଖିବା ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ହୋହଲ୍ଲା କରିଥିଲେ । ହସପିଟାଲ ଫାଣ୍ଡି ପୋଲିସ ପହଞ୍ଚିବା ପରେ ପୁଣି ମହିଳାଙ୍କୁ ଲେବର ରୁମକୁ ନିଆଯାଇଥିଲା ।

ତେବେ କ୍ୟାପିଟାଲ ହସପିଟାଲରେ ଏପରି ଘଟଣା ନିତିଦିନିଆ ହୋଇଯାଇଥିବା ଅଭିଯୋଗ ହୋଇଛି । ସବୁ ରୋଗୀଙ୍କୁ ବାଧ୍ୟତାମୂଳକ ଭାବରେ ଅସ୍ତ୍ରୋପଚାର କରି ପ୍ରସବ କରାଯାଉଥିବା ସଂଗୀନ ଅଭିଯୋଗ ଆସିଛି ।

   Related Posts