ଅଭାବନୀୟ : ରାସ୍ତାରେ ସନ୍ତାନ ପ୍ରସବ କଲେ ମହିଳା

Published By : Prameya-News7 Bureau | November 14, 2020 IST

ଗଜପତି ୧୪।୧୧: ରାସ୍ତାରେ ସନ୍ତାନ ପ୍ରସବ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମ୍ନା ମୁଖ୍ୟ ରାସ୍ତାରେ । ମହିଳା ଜଣଙ୍କ ଜଣେ ଭିକ୍ଷୁକ । ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିବା ବେଳେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି ।

ତେବେ ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକ ମହିଳାଙ୍କୁ ସହଯୋଗ କରିଥିଲେ । ତେବେ ପ୍ରସବ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରିନଥିଲେ ବରଂ ୧୦୮କୁ ଫୋନ୍ କରିବାକୁ ଖୋଦ୍ ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.