ଦେବଦୂତ ସାଜିଲେ କନେଷ୍ଟବଳ : ବସଷ୍ଟାଣ୍ଡରେ ଗର୍ଭବତୀ ମହିଳାଙ୍କ ସନ୍ତାନ ପ୍ରସବରେ କଲେ ସହାୟତା, ସବୁ ମହଲରେ ପ୍ରଶଂସା

Published By : Prameya-News7 Bureau | April 09, 2021 IST

ଭଦ୍ରକ ୯।୪: ସନ୍ତାନ ଜନ୍ମ ପାଇଁ ମେଡିକାଲ ଆସିଥିଲେ । ଗୋଡ ହାତ ଫୁଲିଥିଲା ଆଉ ସନ୍ତାନ ମଧ୍ୟ ଜନ୍ମ ହେଲାନି । ସେଥିପାଇଁ ପୂଜା କଲେ ମୁକ୍ତି ମିଳିବ ବୋଲି ଗାଁକୁ ପଳାଉଥିଲେ ଗର୍ଭବତୀଙ୍କ ସହ ସ୍ଵାମୀ ଓ ଶାଶୁ । କିନ୍ତୁ ବସକୁ ଅପେକ୍ଷା କରିବା ବେଳେ ଆରମ୍ଭ ହେଲା ପ୍ରସବ ବେଦନା, ଅପେକ୍ଷା କରିଥିବା ଯାତ୍ରୀମାନେ ପ୍ରସବ ପାଇଁ ଚେଷ୍ଟା କରିବା ସହ ଆମ୍ବୁଲାନ୍ସକୁ ଡାକିଥିଲେ । ଯାତ୍ରୀଙ୍କ ଭିଡ ଦେଖି ଡିୟୁଟିରେ ଥିବା ମହିଳା କନେଷ୍ଟବଳ ଘଟଣାସ୍ଥଳକୁ ଆସି ପ୍ରସବ କରାଇଥିଲେ । ଶିଶୁ କନ୍ୟା ଜନ୍ମ ହେବା ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":435831,"width":841,"height":463,"sizeSlug":"large","linkDestination":"none"}

ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳା ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର ମାଲେ ହୋ । ପ୍ରସବ ପାଇଁ ସେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୫ ଦିନରୁ ଅଧିକ ଦିନ ହେଲାଣି ରହିବା ମଧ୍ୟରେ ମାଲେଙ୍କର ଗୋଡ ହାତ ଫୁଲିଯାଇଥିଲା । କିନ୍ତୁ ସନ୍ତାନ ଜନ୍ମ ହୋଇଥିଲା । ସେଥିପାଇଁ ମାଲେଙ୍କ ସହ ତାଙ୍କ ସ୍ଵାମୀ ଓ ଶାଶୁ ନିଜ ଘରକୁ ପଲାଉଥିଲେ, କାରଣ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଗାଁରେ ଆମ୍ବ ପୂଜା କରିବା ପାଇଁ ପଳାଉଥିଲେ । ଏହି ସମୟରେ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ମାଲେଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକେ ପ୍ରସବ ବେଦନା ଦେଖି ମହିଳାମାନଙ୍କ ସହଯୋଗରେ ଶାଢୀ ଘୋଡାଇ ବସଷ୍ଟାଣ୍ଡରେ ପ୍ରସବ କରାଇବା ପାଇଁ ଉଦ୍ୟମ କରିଥିଲେ ।

{"id":435833,"width":839,"height":472,"sizeSlug":"large","linkDestination":"none"}

କାର୍ଯ୍ୟରେ ଥିବା ମହିଳା କନେଷ୍ଟବଳ ଘଟଣାସ୍ଥଳରେ ପହଞ୍ଚି ପ୍ରସବରେ ସହଯୋଗ କରିଥିଲେ । ପ୍ରସବ ପରେ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଶିଶୁ କନ୍ୟା ଜନ୍ମ ହେବା ପରେ ଆମ୍ବୁଲାନ୍ସର ସହାୟତା ଲୋଡିଥିଲେ ମଧ୍ୟ ଅମଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ମହିଳାଙ୍କ ସେବା କରିଥିଲେ ଯାତ୍ରୀ ଓ ମହିଳା କନେଷ୍ଟବଳ । ଆମ୍ବୁଲାନ୍ସରେ ମହିଳାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳା ଓ ଶିଶୁ ଏବେ ସୁସ୍ଥ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.