ଶୌଚାଳୟରେ ହେଲା ମହିଳାଙ୍କ ପ୍ରସବ: ୧୦ ଫୁଟ ଗଭୀର ଟାଙ୍କିରେ ପଡିଗଲା ନବଜାତ, ୮ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ

Published By : Prameya-News7 Bureau | September 03, 2020 IST

ହିସାର ୦୩/୦୯ : ହରିୟାଣା ହିସାରରେ ଏକ ଅଜବ ଘଟଣା ଘଟିଛି | ହିସାର ଆଦମପୁର ଅଞ୍ଚଳର ଏକ ଗାଁରେ ଶୌଚାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଛି | କିନ୍ତୁ ଦୁଃଖର କଥା ପ୍ରସବ ପରେ ନବଜାତ ଶୌଚାଳୟରେ ପଡିଗଲା | ପାଖାପାଖି ୮ ଘଣ୍ଟା ପରେ ନବଜାତକୁ ଶୌଚାଳୟ ଟାଙ୍କିରୁ ଉଦ୍ଧାର କରାଗଲା | ଉଦ୍ଧାର ପରେ ନବଜାତକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ୪ ଦିନ ଚିକିତ୍ସା ପରେ ମଙ୍ଗଳବାର ଦିନ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି | ଶିଶୁ କନ୍ୟାକୁ ପରିବାର ଲୋକେ ବହୁତ ଖୁସିରେ ସ୍ୱାଗତ କରିଛନ୍ତି |

{"id":324291,"width":567,"height":376,"sizeSlug":"large"}

ଚୌଧୁରୀବାଲି ଗାଁରେ ପୂଜା ନାମକ ବିବାହିତା ମହିଳାଙ୍କ ପ୍ରସବ ସମୟ ନିକଟତର ହୋଇ ଆସିଥିଲା | ଶୁକ୍ରବାର ସକାଳେ ପୂଜା ଶୌଚାଳୟ ଯାଇଥିଲେ | ଶୌଚାଳୟରେ ହିଁ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ | ପ୍ରସବ ପରେ ପୂଜା ବେହୋସ ହୋଇଯାଇଥିଲେ | ସେତେବେଳେ ନବଜାତ ଶୌଚାଳୟରେ ପଶିଗଲା | କିଛି ସମୟ ପରେ ପୂଜାଙ୍କ ହୋସ ଆସିଲା | ସେ ଶିଶୁର କାନ୍ଦିବା ଶବ୍ଦ ଶୁଣିଲେ କିନ୍ତୁ ଶିଶୁକୁ ସେ କୋଉଠି ଦେଖିବାକୁ ପାଇଲେନି | ପୂଜା ବାହାରକୁ ଆସି ପରିବାର ଲୋକଙ୍କୁ ସବୁକଥା କହିଲେ | ପରିବାର ଲୋକ ଶୌଚାଳୟରେ ଆସି ଦେଖିଲେ ଶିଶୁ ନଥିଲା କିନ୍ତୁ କାନ୍ଦିବା ଶବ୍ଦ ଶୁଭୁଥିଲା | ସେଥିରୁ ସେମାନେ ଜାଣିବାକୁ ପାଇଲେ ଶିଶୁଟି ଲାଟ୍ରିନ ପ୍ୟାନରେ ପଶିଯାଇଛି | ପରିବାର ଲୋକଙ୍କ ପାଟି ଶୁଣି ଆଖପାଖ ଲୋକ ମଧ୍ୟ ଜମା ହୋଇଥିଲେ | ସମସ୍ତେ ମିଶି ଲାଟ୍ରିନ ଟାଙ୍କିର ପଥର ଭାଙ୍ଗିଲେ ନବଜାତକୁ ଉଦ୍ଧାର କରିଥିଲେ |

ଶିଶୁକୁ ଉଦ୍ଧାର କରି ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ | ଶିଶୁର ସ୍ୱାସ୍ଥ୍ୟବସ୍ଥା ଟିକେ ବିଗିଡ଼ିବାରେ ଲାଗିଥିଲା | ଡାକ୍ତର ଶିଶୁର ଜୀବନ ବଞ୍ଚାଇବାକୁ ବହୁ ସଂଘର୍ଷ କରିଥିଲେ | ୪ ଦିନ ଯାଏଁ ଜୀବନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶିଶୁର ଜୀବନ ବଞ୍ଚି ଯାଇଥିଲା | ମଙ୍ଗଳବାର ଦିନ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.