Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||

ସୁଟ୍‌କେଶ୍ ଚାରିପାଖେ ବୁଲୁଥିଲେ କୁକୁର: ପୋଲିସ ଆସି ଖୋଲିବାରୁ ସୁଟ୍‌କେଶ୍ ଭିତରୁ ମିଳିଲା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ

27/07/2020 at 12:30 PM

ଗାଜିଆବାଦ ୨୭/୦୭ : ଗାଜିଆବାଦ ଅର୍ଥଲା ବାଟିକାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଯୁବତୀଙ୍କ ମୃତଦେହ ଏକ ସୁଟକେଶ ଭିତରୁ ଉଦ୍ଧାର ହୋଇଥିଲା | ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ସୁଟକେଶ ଚାରିପାଖେ କୁକୁର ବୁଲୁଥିଲେ | କୁକୁର ସୁଟକେଶ ଚାରିପାଖେ ବୁଲୁଥିବା ଦେଖି ଲୋକେ ସନ୍ଦେହ କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ |

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯେତେବେଳେ ସୁଟକେଶ ଖୋଲିଥିଲା ଲୋକେ ଚକିତ ହୋଇଯାଇଥିଲେ | ସୁଟକେଶରେ ଜଣେ ୨୩-୨୪ ବର୍ଷୀୟ ଯୁବତୀଙ୍କ ଶବ ଥିଲା | ଯୁବତୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିଲା | ଯୁବତୀଙ୍କୁ ଅନ୍ୟ କେଉଁ ଜାଗାରେ ହତ୍ୟା କରାଯାଇ ତାଙ୍କ ଶବକୁ ସୁଟକେଶରେ ଭର୍ତ୍ତି କରି ଅର୍ଥଲା ବାଟିକା ନିକଟରେ ଫୋପାଡ଼ି ଦିଆଯାଇଥିବା ପ୍ରାଥମିକ ଯାଞ୍ଚରେ ସନ୍ଦେହ କରାଯାଉଥିଲା | କାରଣ ଯେଉଁଠାରୁ ସୁଟକେଶ ଉଦ୍ଧାର ହୋଇଥିଲା ତାର ଠିକ ସମ୍ମୁଖରେ ମୁଖ୍ୟ ସଡକ ରହିଛି | ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି | ତେବେ ଯୁବତୀ ଜଣକ କିଏ ଏବଂ ତାଙ୍କୁ କାହଁକି ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ |

ଉତ୍ତର ପ୍ରଦେଶରେ ପୋଲିସ ଓ ସରକାରଙ୍କ ଯେତେ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅପରାଧ ଥମିବାର ନାଁ ନେଉନାହିଁ | ଗତ ସପ୍ତାହରେ ଦିଲ୍ଲୀ ନିକଟସ୍ଥ ଉତ୍ତର ପ୍ରଦେଶ ଗାଜିଆବାଦ ବିଜୟନଗର ଅଞ୍ଚଳରେ କିଛି ଦୁର୍ବୁତ୍ତ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ ତାଙ୍କ ଝିଅ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା | ପିତାଙ୍କୁ ଗୁଳି ବାଜିବା ପରେ ଝିଅ ସାହାଯ୍ୟ ପାଇଁ ଲୋକଙ୍କୁ ଗୁହାରି କରିଥିଲେ କିନ୍ତୁ କେହି ସାମ୍ନାକୁ ଆସିନଥିଲେ କି ସାହାଯ୍ୟ କରିନଥିଲେ | ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା | ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ମାମଲାରେ ପ୍ରତାପ ବିହାର ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା |

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ବିକ୍ରମ ଯୋଶୀ ବିଜୟ ନଗର ଥାନାରେ ଏକ ଅଭିଯୋଗ କରିଥିଲେ | ଅଭିଯୋଗରେ ସେ କହିଥିଲେ ଯେ କିଛି ଯୁବକ ତାଙ୍କ ସମ୍ପର୍କୀୟଙ୍କୁ ହଇରାଣ ହରକତ କରୁଛନ୍ତି | ସେ ବିରୋଧ ମଧ୍ୟ କରିଥିଲେ କିନ୍ତୁ ଯୁବକମାନେ ସୁଧୁରି ନଥିଲେ | ଥାନାରେ ଅଭିଯୋଗ କରିବା ପରେ ଏହି ଯୁବକମାନେ ବିକ୍ରମ ଯୋଶୀଙ୍କୁ ଗୁଳି କରିଥିଲେ | ବିକ୍ରମଙ୍କ ମୁଣ୍ଡରେ ଗୁଳି ବାଜିଥିଲା | ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା |

   Related Posts