ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଠାବ , ପୋଲିସର ଛାନ୍‌ଭିନ୍ ଜାରି

Published By : Prameya-News7 Bureau | January 24, 2020 IST

ଆଠମଲ୍ଲିକ ୨୪।୦୧: ଜଙ୍ଗଲରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାନଯୋଗଡ୍ୟାମ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି ।

{"id":215181,"sizeSlug":"large"}

ସୂଚନାଯୋଗ୍ୟ ଯେ, କିଶୋରନଗର ଅଞ୍ଚଳରେ ଥିବା ମାନଯୋଗଡ୍ୟାମ୍‌ ନିକଟରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପରେ ସ୍ଥାନୀୟ ଲୋକ ନିକଟସ୍ଥ ଆଠମଲ୍ଲିକ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଅଞ୍ଚଳଟି କିଶୋରନଗର ଥାନା ପୋଲିସ ଅଞ୍ଚଳରେ ଯାଉଥିବାରୁ ଆଠମଲ୍ଲିକ ପୋଲିସ କିଶୋର ନଗର ଥାନା ପୋଲିସକୁ ଖବର ଦେଇଥିଲା । ପରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳିପାରିନାହିଁ।

{"id":215182,"sizeSlug":"large"}

କିଛି ଦିନ ତଳେ ନିଖୋଜ ହୋଇଥିବା ଅଙ୍ଗନଓ୍ବାଡୀ ପାଚିକା ସହାୟକଙ୍କ ମୃତଦେହ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି । କାହିଁକି ମୃତଦେହ ମିଳିଥିବା ସ୍ଥାନରୁ ହିଁ ମହିଳା ଜଣଙ୍କ ନିଖୋଜ ହୋଇଥିଲେ । ତେବେ ଘଟଣାରେ ଅଧିକ ଛାନଭିନ୍‌ ପାଇଁ ଢେଙ୍କାନାଳରୁ ଏକ ସାଇଣ୍ଟିଫିକ୍‌ ଆସୁଥିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.