ପ୍ରେମିକ ସହ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଲା ସ୍ବାମୀ , ସକାଳେ ଗଛରେ ଝୁଲୁଥିବା ମହିଳାଙ୍କ ଶବ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | March 22, 2019 IST

କାନପୁର ୨୨/୩- ପରକୀୟା ପ୍ରୀତି ନେଲା ଜୀବନ । ଘରୁ ଶୌଚ ହେବାକୁ ଯାଇ ମହିଳା ପ୍ରେମିକକୁ କଲେ ସାକ୍ଷାତ । ସ୍ବାମୀଙ୍କ ଆଖିରେ ଧୂଳିଦେଇ ରଖିଥିଲେ ଶାରୀରିକ ସଂପର୍କ ।

ଏଭଳି ଘଟଣା କାନପୁରର ଏକ ଅଂଚଳରେ ଘଟିଥିବା ଜଣାଯାଇଛି । ଜଣେ ମହିଳା ଶୌଚହେବାକୁ ଯାଇ ପ୍ରେମିକ ସହ ରଖିଲେ ଶାରୀରିକ ସଂପର୍କ । ଏହି ଘଟଣା ସ୍ବାମୀ ଜାଣିବା ପରେ ସକାଳେ ସନ୍ଦେହଜନକ ଅବସ୍ଥାରେ ସ୍ତ୍ରୀର ଶବ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ପୋଲିସ କରିଛି ଉଦ୍ଧାର ।

ମହିଳା ଅନ୍ୟଜଣେ ଯୁବକଙ୍କ ସହ କିଛିଦିନ ହେଲା ପ୍ରେମ ସଂପର୍କରେ ଥିଲେ । ସେମାନେ ଲୁଛାଛପା ଭାବରେ ଶାରୀରିକ ସଂପର୍କ ରଖୁଥିଲେ । ଏହିକଥା ସ୍ଵାମୀ ଜାଣିଲେ ବି କୌଣସି ପ୍ରମାଣ ନ ଥିବାରୁ ସ୍ତ୍ରୀ କୁ କିଛି କହିପାରୁ ନଥିଲେ ।

ବୁଧବାର ସଂଧ୍ୟାରେ ଶୌଚହେବାକୁ ମହିଳା କ୍ଷେତକୁ ଯାଇଥିଲେ । ପୂର୍ବଯୋଜନା ଅନୁସାରେ ମହିଳାଙ୍କ ପ୍ରେମିକ ତାଙ୍କୁ ଅପେକ୍ଷା କରିଥିଲେ । ସେମାନେ କ୍ଷେତରେ ଶାରୀରିକ ସଂପର୍କ ରଖିବା ସମୟରେ ଆପତ୍ତିଜନକ ଅବସ୍ଥାରେ ସ୍ଵାମୀ ଦେଖିବାକୁ ପାଇଥିଲେ । ଏବାବଦରେ ସ୍ଵାମୀ କିଛି ନ କହି ପଳେଇ ଆସିଥିଲେ ।

ତା ପରଦିନ ସକାଳେ ଏକ ବବୁଲ ଗଛରୁ ମହିଳାଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ପୋଲିସକୁ ଖବରଦେଲା ପରେ ପୋଲିସ ଶବକୁ ଜବତ କରିବା ସହ ଏକ ଅପମତ୍ୟୁ ମାମଲା ରୁଜୁ କରିଥିଲା ।

ଏହି ଘଟଣାରେ ପୃଥକ ପୃଥକ ଭାବରେ ମାମଲା ରୁଜୁ କରାଯାଇଥିଲା ।ପରିବାରଲୋକ ଶାଶ୍ଵରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ମହିଳାଙ୍କ ସ୍ବାମୀ ପ୍ରେମିକ ବିରୋଧରେ ଆଣିଛନ୍ତି ଅଭିଯୋଗ ।

ଏହି ଘଟଣାରେ କାହାକୁ ଗିରଫ କରିନାହିଁ ପୋଲିସ ।ଅଭିଯୋଗକୁ

 ଭିତ୍ତିକରି ଛାନଭିନ ଆରମ୍ଭ କରଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.