ଅନୁଗୋଳରେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

Published By : Prameya-News7 Bureau | September 26, 2018 IST

ଅନୁଗୋଳ ୨୬|୯: କ୍ଷତ ବିକ୍ଷତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ହଣ୍ଡାପା ଥାନା ଅନ୍ତର୍ଗତ ଖୋଲା ରେଗେଡା ଗାଁର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ପ୍ରମିଳା ମଲ୍ଲିକ । ଗତକାଲି ଗାଁର ଦୁଇ ଜଣ ଯୁବକଙ୍କ ସହ ପ୍ରମିଳାଙ୍କର ଝଗଡା ହୋଇଥିଲା । ସେଥିରେ ଉତକ୍ଷିପ୍ତ ହୋଇ ୨ ଯୁବକ ମହିଳାଙ୍କୁ ହତ୍ୟା କରିଦେଇଥିବା ସାଧାରଣରେ ସନ୍ଦେହ କରାଯାଉଛି । ମାତ୍ର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପ,୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ହଣ୍ଡପା ଥାନା ପୋଲିସର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.