Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଙ୍ଗଲରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର : ଏସିଡ୍ ଫିଙ୍ଗି ହତ୍ୟା କରାଯାଇଥିବା ସନ୍ଦେହ

21/04/2019 at 9:42 AM

ନୟାଗଡ  ୨୧/୪: ମହିଳାଙ୍କ ମୃତଦେହ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଆଜି ସକାଳୁ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ପତ୍ର ତୋଳିବାକୁ ଯିବା ସମୟରେ ପଚା ଗନ୍ଧ ଆସିବାରୁ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ଗଁ।କୁ ଖବର ପଠାଇଥିଲେ । ମହିଳାଙ୍କୁ କେହି ଘଟଣାସ୍ଥଳରେ ମାରି ପୋଡିବାକୁ ଉଦ୍ୟମ କରିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡୁଛି ।

 ଏପରିକି ତାଙ୍କ ମୁହଁରେ ଏସିଡ୍ ପକାଯାଇଥିବା ଅନୁମାନ କରାଯାଉଛି । ମୃତଦେହ ପଚିଥିବା ଅବସ୍ଥାରେ ଥିବାରୁ ଦୁଇଦିନ ତଳୁ ଘଟଣା ଘଟିଥିବା ଅନୁମାନ କରାଯାଉଛି  । ଘଟଣା ସକାଳୁ ଜଣାପଡିଥିଲେ ମଧ୍ୟ ପୋଲିସ ଦିନ ୧୧ଟା ସୁଦ୍ଧା ଘଟଣାସ୍ଥରେ ପହଞ୍ଚିନଥିଲା । ଇଲେକ୍ସନ୍ କାର୍ଯ୍ୟରେ ଥିବାରୁ ସେ ଯାଇପାରିନଥିବା ସଦରଥାନା ଅଧିକାରୀ ଫୋନରେ କହିଥିଲେ । ଘଟଣାସ୍ଥଳ ନିକଟରେ ଏକ ଡ୍ୟାମ୍ ଏବଂ ବଙ୍ଗଳା ଥିବାରୁ ସେଠାକୁ ବିଭିନ୍ନ ସମୟରେ ଯୁବକଯୁବତୀ ଏବଂ ସ୍ବାମୀ ସ୍ତ୍ରୀ ବୁଲିବାକୁ ଯାଉଥିବାରୁ ବାହାରୁ କେହି ଆସି ଏଠାରେ ଏପରି କରିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି। 

   Related Posts