‘ଶାଶୂ ଓ ନଣନ୍ଦ ମତେ କିରୋସିନି ଢାଳି ଜାଳିଦେଲେ’ ; ମରିବା ଆଗରୁ ବୋହୂର କରୁଣ ବୟାନ
3/12/2018 at 1:06 PM

କେନ୍ଦ୍ରାପଡା ୦୩|୧୨: ପ୍ରାୟ ୮୦ଭାଗ ପୋଡିଯାଇଥିବା ମହିଳା କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିବା ଆଗରୁ ତାଙ୍କୁ ଶାଶୁ ଏବଂ ନଣନ୍ଦ କିକୋସିନି ଢାଳି ପୋଡିଦେଇଥିବା ଜମାନବନ୍ଦୀ ଦେଇଛନ୍ତି । ତାଙ୍କ ବାପା ଓ ମା ମଧ୍ୟ ପୋସିଲ ନିକଟରେ ସମାନ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ବାଲିସୁଆ ଗାଁରେ ଗତକାଲି ରାତିରେ ବୋହୁ ଭାରତୀ ସ୍ବାଇଁଙ୍କୁ ତାଙ୍କ ଶାଶୁ ଏବଂ ୩ ଜଣ ନଣନ୍ଦ ମିଶି ହାତଗୋଡ଼ ବାନ୍ଧି କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଦେହର ଅଶି ଭାଗ ପୋଡି ଯାଇଥିଲା । ମୃତ୍ୟୁ ଆଗରୁ ଭାରତୀ ମଧ୍ୟ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଥିଲେ ଯେ ତାଙ୍କ ଶାଶୁ ଏବଂ ନଣନ୍ଦ ମିଶି ତାଙ୍କୁ ପୋଡି ମାରିଦଇଛନ୍ତି । ଏ ଘଟଣା ନେଇ ଭାରତୀଙ୍କ ବାପଘରଲୋକ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ମୃତ୍ୟୁ ଆଗରୁ ଭାରତୀ ଦେଇଥିବା ବୟାନ ଆଧାରରେ ପୋଲିସ ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ମହିଳାଙ୍କ ସ୍ବାମୀ ବାଙ୍ଗାଲୋରରେ ଚାକିରି କରନ୍ତି ।