ଯାଜପୁର: ସ୍ୱାମୀ ଓ ଝିଅଙ୍କ ସହ ଯାଉଥିବା ଜଣେ ମହିଳା ସ୍କୁଟିରୁ ଖସିପଡ଼ିବା ପାରେ ଟ୍ରକ୍ ଚାପାରେ ପ୍ରାଣ ହରାଇଛନ୍ତି। ମୃତ ମହିଳା ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ଚଣ୍ଡିଖୋଲ ଥାନା ଅନ୍ତର୍ଗତ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଏହି ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇଯାଇଛି। ଏ ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିବାରୁ ଯାତାୟତ ପ୍ରଭାବିତ ହୋଇଛି।
{"id":199053,"sizeSlug":"large"}ଆଜି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ଏକ ସ୍କୁଟି ଯୋଗେ ଗାଁକୁ ଫେରୁଥିଲେ। ରାସ୍ତା ଖରାପଥିବାରୁ ସ୍କୁଟି ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ। ସେତିକି ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଦୁର୍ଘଟଣାରେ ଅନିତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।