ରେଳ ଧାରଣାରେ କଟି ମହିଳା ମୃତ : ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ
6/03/2019 at 6:56 PM

କେନ୍ଦୁଝର ୬/୩: କେନ୍ଦୁଝରରେ ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଟାଉନ ଥାନାର ରାମଚନ୍ଦ୍ରପୁର ଗାଁ ନିକଟ ଦେଇ ଯାଇଥିବା ଟ୍ରେନ ଲାଇନରେ ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ତୁଳସୀଚୋରା ଗାଁର ଲଛମନ ଦେହୂରୀ । ଆଜି ସକାଳ ପ୍ରାୟ ୯:୩୦ରେ ରେଳ ଧାରଣା ଉପରେ ମହିଳାଙ୍କର ମୃତ ଦେହ ପଡିଥିବା ବେଳେ ମାଲବାହୀ ଟ୍ରେନଟି ମଧ୍ୟ ଅଟକି ରହିଥିବା ଲୋକେ ଦେଖିଥିଲେ ।

ମୃତ ମହିଳାଙ୍କର ସ୍ବାମୀ ରଘୁଙ୍କ କହିବା ଅନୁସାରେ ଗତକାଲି ଗାଁର କିଛି ମହିଳାଙ୍କ ସହିତ ତାଙ୍କ ସ୍ତ୍ରୀଙ୍କର ଝଗଡା ହୋଇଥିଲା । ସେହି କାରଣରୁ ହୁଏତ ତାଙ୍କୁ କିଏ ହତ୍ୟା କରି ଫୋପାଡି ଦେଇଥାଇପାରେ କିମ୍ବା ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁର କାରଣ ଖୋଜୁଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021