ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ : ଘର ପୋଛୁଥିବାବେଳେ ଟିଣ କୁଲରରୁ ଲାଗିଥିଲା କରେଣ୍ଟ୍

Published By : Prameya-News7 Bureau | August 07, 2020 IST

ବଣେଇ ୭/୮: ବିଦ୍ୟୁତ୍ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣେଇର।

ଆଜି ସକାଳୁ ଘର ପୋଛୁଥିବା ସମୟରେ ଘରେ ଥିବା ଟିଣ କୁଲରରେ ସଟ୍ ଥିଲା । ଟିଣ କୁଲରର ସଂସ୍ପର୍ଶରେ ଆସିବା ଯୋଗୁଁ ମହିଳାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବଣେଇ ଡାକ୍ତରଖାନାକୁ ନିଆ ଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଦେହ ବର୍ତମାନ ବଣେଇ ଡାକ୍ତରଖାନାର ଶବଗୃହରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.