ଭୁବନେଶ୍ବର ନାକା ଗେଟ୍ ନିକଟରେ ସଡକ ଦୁର୍ଘଟଣା: ଜଣେ ମୃତ, ଉତ୍ତେଜିତ ଲୋକେ ଭାଙ୍ଗିଲେ ଗାଡି

Published By : Prameya-News7 Bureau | December 26, 2018 IST

ଭୁବନେଶ୍ବର୨୬|୧୨:  ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁବନେଶ୍ବର ନାକାଗେଟ୍-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଆଜି ଭୋରରୁ ସ୍କର୍ପିଓ ଧକ୍କାରେ ଲାବଣ୍ୟ ସ୍ବାଇଁ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶବ ରଖି ଦୀର୍ଘ  ସମୟ ଧରି ରାସ୍ତା ରୋକ କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଚାଳକ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

{"id":67435,"width":578,"height":434}

ସ୍କର୍ପିଓ ଧକ୍କାରେ ମହିଳାଙ୍କର ମୃତ୍ୟୁ । ବୁଧବାର ଭୋରରୁ ନାକାଗେଟ୍-କଳିଙ୍ଗଷ୍ଟୁଡିଓ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓର ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଗାଡିଟି ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ପରେ ଡିଭାଇଡର ଦେଇ ରାସ୍ତାର ବିପରୀତ ପାର୍ଶ୍ବକୁ ଚାଲି ଯାଇଥିଲା । ମୃତ ମହିଳା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ଲାବଣ୍ୟ ସ୍ବାଇଁ । ସେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ମୁଖ୍ୟ ରାସ୍ତା କଡରେ ଥିବା ବସ୍ତିରେ ରହୁଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।  ଫଳରେ ଦୀର୍ଘ ସମୟ ଧରି ଖଣ୍ଡଗିରି-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଯାତାୟତ ବନ୍ଦ ରହିଥିଲା । ଖଣ୍ଡଗିରି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

{"id":67436,"align":"center","width":285,"height":380}

ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭର ଓ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି । ଉତ୍ତ୍ୟକ୍ତ ଲୋକ ଗାଡି ଭଙ୍ଗାରୁଜା ବି କରିଛନ୍ତି ।  ତେବେ ଭୋରରୁ ଷ୍ଟ୍ରିଟ ଲାଇଟ୍ ବନ୍ଦ କରି ଦେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.