ମରିବାର ୨୭ ମିନିଟ ପରେ ଜୀବନ୍ତ ହୋଇ ଲେଖିଲେ "ସ୍ୱର୍ଗ ସତରେ ବହୁତ ସୁନ୍ଦର"

Published By : Prameya-News7 Bureau | June 29, 2019 IST

ଟିନା ହ୍ୱାଇନ୍ସ ନାମକ ଜଣେ ମହିଳା ଦାବି କରିଛନ୍ତି ଯେ ସେ ସ୍ୱର୍ଗ ଦେଖିଛନ୍ତି । ସେ ମାରିବା ପରେ ପୁଣି ଜୀବନ୍ତ ହୋଇଯାଇଥିଲେ । ପୁଣି ଜୀବନ ଫେରି ପାରିବ ପରେ ଟିନା ଏଭଳି ଲେଖିଥିଲେ । ହୃଦଘାତରେ ଟିନାଙ୍କ ମୃତ୍ୟୁ ହୋଇଥିଲା । ମରିବାର ୨୭ ମିନିଟ ପରେ ସେ ପୁଣି ଜୀବନ୍ତ ହୋଇଉଠିଲେ । କିନ୍ତୁ କଥା କହିବା ପାଇଁ ସେ ସକ୍ଷମ ନଥିଲେ । ସେ ଏକ ପେନ ଓ ପେପର ମାଗିଥିଲେ । ସେହି ପେପରରେ ସେ କିଛି ଲେଖିଥିଲେ । ସେ ଯାହା ଲେଖିଥିଲେ ତା ଅର୍ଥ ହେଲା ସ୍ୱର୍ଗ ସତରେ ବହୁତ ସୁନ୍ଦର । ଯେତେବେଳେ ତାଙ୍କ ପଚାର ଯାଇଥିଲା ସେ କଣ ଲେଖିଛନ୍ତି ସେ ଆକାଶ ଆଡକୁ ଇସାରା କରିଥିଲେ । ସେ କହିଥିଲେ ସ୍ୱର୍ଗରେ ଏକ ଫାଟକ ଥିଲା ଏବଂ ଏହି ଫାଟକ ସାମ୍ନାରେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଲା ଭଳି ଅନୁଭବ କରିଥିଲେ । 

{"id":128445}

ଟିନାଙ୍କ ୪ ପୁଅଝିଅ । ଦିନେ ନିଜ ସ୍ୱାମୀଙ୍କ ସହ ହିଂକିଂ ପାଇଁ ଯାଇଥିଲେ । ସେତେବେଳେ ତାଙ୍କୁ ହଠାତ ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲ ପହଂଚିବା ପୂର୍ବରୁ ତାଙ୍କୁ ୬ଥର ପୁନର୍ଜୀବିତ କରାଯାଇଥିଲା । ତେବେ ଘଟଣାଟି କେତେ ସତ କେତେ ମିଛ ତାହା କୁହାଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.