Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆମ୍ବୁଲାନ୍ସରୁ ସରିଗଲା ତେଲ – ପ୍ରସୂତୀଙ୍କର ମୃତ୍ୟୁ, ତେଜିଲା ରାଜନୀତି

6/10/2019 at 6:24 PM

ଭୁବନେଶ୍ୱର ୦୬।୧୦- ଆମ୍ବୁଲାନସକୁ ନେଇ ସବୁବେଳେ ଚର୍ଚ୍ଚାରେ ସ୍ବାସ୍ଥ୍ୟ ବିଭାଗ। କେତେବେଳ ଆମ୍ବୁଲାନସ ବିଳମ୍ବରେ ପହଞ୍ଚେ ତ ଆଉ କେତେବେଳ ଆମ୍ବୁଲାନସ ମିଳେନି ଆଉ ଖଟିଆରେ ବୁହାହୁଏ ରୋଗୀ। ଏବେ ଆମ୍ବୁଲାନସ ଥାଇ ବି ରୋଗୀ ମରୁଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ।  ଆମ୍ବୁଲାନସରୁ ତେଲ ସରିଯିବାରୁ ଅଧାବାଟରେ ମୟୂରଭଞ୍ଜର ହଣଦା ଗାଁର ପ୍ରସୂତି ତୁଳସୀ ମୁଣ୍ଡାଙ୍କର ଛଟପଟ ହୋଇ ଜୀବନ ଚାଲିଗଲା।  5T ଏବଂ “ମୋ ସରକା” କଥା କହୁଥିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।…

ଆମ୍ବୁଲାନସରେ ​‌ତେଲ ସରିଯିବାରୁ ପ୍ରସୂତୀଙ୍କ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି । ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ପ୍ରସୂତୀଙ୍କ ଜୀବନ ଯାଇଥିବା ଅଭିଯୋଗ କଲେ ବିରୋଧୀ। ମୋ ସରକାର ଏବଂ  5T କଥା କହୁଥିବା ରାଜ୍ୟ ସରକାର ଆମ୍ବୁଲାନସରେ ତେଲ ପକାଇପାରୁନାହାନ୍ତି। କେବଳ ନିଜର ପ୍ରମୋସନ ଓ ପବ୍ଲିସିଟି ପାଇଁ ମୋ ସରକାର ଏବଂ 5T କଥା କହୁଛନ୍ତି।  କିନ୍ତୁ ତଳସ୍ତରର କର୍ମଚାରୀ ମାନେ  ସରକାରଙ୍କୁ ସହଯୋଗ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।  ଏପରିକି କେନ୍ଦ୍ର ସରକାରଙ୍କ ଆମ୍ବୁଲାନସରେ ରାଜ୍ୟ ସରକାର ଖାଲି ତେଲ ପକାଇବେ।  କିନ୍ତୁ ରାଜ୍ୟ ସରକାର ସେତକ ବି କରି ପାରୁନାହାନ୍ତି।  ସ୍ବାସ୍ଥ୍ୟ ବିଭାଗରେ ୨ ହଜାର ଡାକ୍ତର ପଦବୀ ଖାଲି ପଡ଼ିଛି । ହେଲେ ପୂରଣ ହୋଇପାରୁନାହିଁ।  ଶିକ୍ଷା ବିଭାଗ ପରି ଏବେ ସ୍ବାସ୍ଥ୍ୟ ବିଭାଗକୁ ସରକାର ଧ୍ବଂସ କରିସାରିଲେଣି ବୋଲି ଅଭିଯୋଗ କରିଛି ବିଜେପି। …

ମୟୂରଭଞ୍ଜ ବାଙ୍ଗିରପୋଷି ହଣଦା ଗାଁର ଚିତ୍ତରଞ୍ଜନ ପଣ୍ଡା ୮ ମାସର ଗର୍ଭବତୀ ପତ୍ନୀ ତୁଳସୀଙ୍କୁ ନେଇ ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।  ହେଲେ ସ୍ବସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ବାରିପଦା ମେଡିକାଲକୁ ନେବା ପାଇଁ ଡାକ୍ତର କହିଥିଲେ।  କିନ୍ତୁ ପ୍ରସୂତୀଙ୍କ ପାଇଁ  ଉଦ୍ଦିଷ୍ଟ ୧୦୮ କି ୧୦୨ ଆମ୍ବୁଲାନସ ମିଳିନଥିଲା।  ଶେଷରେ ଡାକ୍ତରଖାନା ଆମ୍ବୁଲାନସ​‌ରେ ତୁଳସୀଙ୍କୁ ନେଇଥିଲେ ଚିତ୍ତରଞ୍ଜନ। ଦୁର୍ଭଗ୍ୟଜନକ ଭାବେ ଅଧାରାସ୍ତାରେ ମୁର୍ଗାବାଡ଼ି ଠାରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଫଳରେ ଦୁଇଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ବାରିପଦାରେ ପହଞ୍ଚିଥିଲା । ସେତେବେଳକୁ କିନ୍ତୁ ଆଖି ବୁଜିଦେଇଥିଲେ ତୁଳସୀ।  ସ୍ବାସ୍ଥ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବାରୁ ଏନେଇ ପରିବହନ ମନ୍ତ୍ରୀ ରଖିଛନ୍ତି ଉତ୍ତର। ଏବଂ କହିଛନ୍ତି ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ।

ଅନେକ ସମୟରେ ଆମ୍ବୁଲାନ୍‌ସ  ନମିଳିବାରୁ ରୋଗୀ ଠିକ୍‌ ସମୟରେ ପହଞ୍ଚି ପାରୁନଥିବାର ନଜିର ରହିଛି। ଏବେ ଆମ୍ବୁଲାନସ ଥାଇ ବି ତେଲ ଅଭାବରୁ ରୋଗୀର ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ।…

   Related Posts