ଯୌତୁକ ପାଇଁ ଗଲା ନବବଧୂର ଜୀବନ ; ଶାଶୂଘରଲୋକ ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | January 12, 2019 IST

ମହାକାଳପଡା ୧୨|୧: ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଜାଲକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ବାଲିସାହି ଗାଁର ବିଦ୍ୟାଧର ନାୟକଙ୍କ ଝିଅ ହରପ୍ରିୟା ।

{"id":72952}

ସୂଚନା ଅନୁସାରେ ସେ ୨୦୧୭ ଜୁନ୍ ମାସରେ ଜାଲକଣା ଗାଁର ହିମାଦ୍ରୀ ପାଇଟାଳଙ୍କୁ ବିବାହ କରିଥିଲେ । ନୂଆ କରି ଘର ସଂସାର କରିବା ଆଶା ନେଇ ଯାଇଥିବା ହରପ୍ରିୟାଙ୍କ ସବୁ ଖୁସି ମଉଳି ଯାଇଥିଲା । ବାହାଘର ପରଠାରୁ ହିଁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ଅଧିକ ଯୌତୁକ ଦାବି କରି ସ୍ବାମୀ, ଶାଶୁ ଶ୍ବଶୁର ଓ ଦେଢଶୁର ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି  । ବାରମ୍ବାର ବାପ ଘରୁ ଟଙ୍କା ଆଣିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା ।

{"id":72953}

ଗତକାଲି ସକାଳେ ହଠାତ୍ ହରପ୍ରିୟା ଘରକୁ ଫୋନ୍ କରି କହିଥିଲେ ମୋତେ ଆସି ନେଇଯାଅ ନହେଲେ ଏମାନେ ମୋତେ ମାରିଦେବେ । ତାପରେ ଖବର ଆସିଲା ତୁମ ଝିଅ ଫ୍ୟାନରେ ଶାଢି ଲଗାଇ ଆତ୍ମହତ୍ୟା କରିଛି । ତେବେ ଝିଅର ଏପରି ମୃତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ଘଟଣା ପରେ ଶାଶୁ ଘର ଲୋକ ଫେରାର ହୋଇଯାଇଥିଲେ । ତେବେ ଗାଁ ଲୋକ ମିଶି ଶାଶୁ ଶ୍ବଶୁର ଓ ଦେଢଶୁରକୁ ଧରି ପୋଲିସର ଜିମା ଦେଇଥିବାବେଳେ ସ୍ବାମୀ ଏବେବି ଫେରାର ଅଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.