ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ସ୍ବାମୀ ଅଟକ

Published By : Prameya-News7 Bureau | November 19, 2019 IST

ବଡବିଲ ୧୯।୧୧: କେନ୍ଦୁଝର ଜିଲ୍ଲା ବଡ଼ବିଲ ସେଡିଂ ବସ୍ତିର ଏକ ଘର ବାରଣ୍ଡାରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ୫୦ ବର୍ଷ ବୟସ୍କା ବାସନ୍ତୀ  ନାଏକ । ମହିଳାଙ୍କ ମୁହଁରେ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ଏକ  ହତ୍ୟାକଣ୍ଡ  ସନ୍ଦେହ କରି ବଡବିଲ ପୋଲିସ, ମୃତକର ସ୍ବାମୀ  ସୁରେଶ ନାଏକଙ୍କୁ  ଅଟକ ରଖି ପଚରା ଉଚରା କରିଛି । 

{"id":186396,"sizeSlug":"large"}

ମୃତ ବାସନ୍ତୀ ଏବଂ ତାଙ୍କ ସ୍ବାମୀ ସୁରେଶ  ନିଜ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ  । ବଡ଼ବିଲ ପୋଲିସ ମୃତଦେହକୁ ଉଦ୍ଧାର  କରିବା ସହ ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.