ଟ୍ରେନରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
30/06/2018 at 7:29 AM

ଟ୍ରେନରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ହେଉଛି ସୁଜାତା ନାଏକ । ସ୍ବାମୀ କୃଷ୍ଣଚନ୍ଦ୍ର ନାଏକ ଶ୍ବଶୁର ରମେଶ ସାହୁ ଦାଦା ଶ୍ବଶୁର କାଳିଆ ସାହୁ ସୁରତରୁ ଟ୍ରେନ୍ ରେ ବ୍ରହ୍ମପୁର ଫେରିବା ବେଳେ ସ୍ତ୍ରୀ ସୁଜାତା ଙ୍କ ମୃତ୍ଯୁ ହୋଇଥିବା କୁହାଯାଉଛି। ସ୍ୱାସ୍ଥ୍ୟ ଖରାପ ଥିବାରୁ ସ୍ତ୍ରୀ ର ମୃତ୍ଯୁ ହୋଇଥିବା ସ୍ୱାମୀ କହିଛି। ଗତକାଲି ରାତିରେ ଟ୍ରେନ୍ ରେ ମୃତ୍ୟୁ ହୋଇଥିବା କହିଛନ୍ତି। ଶବ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ପଡି ରହିଥିବା ବେଳେ ଜି ଆର ପି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତଦନ୍ତ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୁଲିସ କହିଛି।