ରେଢାଖୋଲ ହିତସରା ଗାଁରେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ; ଗୁଣି ଗାରେଡି ପାଇଁ ହତ୍ୟା ସନ୍ଦେହ
3/11/2018 at 9:36 AM

ସମ୍ବଲପୁର ୩|୧୧: ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ରେଢାଖୋଲ ନିକଟ ହିତସରା ଗାଁର ଘଟଣା । ମୃତ ମହିଳା ହେଲେ ସୁଲଚନା ସେଠୀ । ସୁଲଚନା ଗତ ୪ ଦିନ ହେଲା ଘରୁ ନିଖୋଜ ଥିଲେ । ଗତକାଲି ରାତିରେ ଗାଁ ଲୋକେ ସୁଲଚନାଙ୍କ ମୃତଦେହ ଡେବିରିନାଳ ନିକଟରୁ ଉଦ୍ଧାର କରିଛନ୍ତି । ସୁଲଚନାଙ୍କ ବାମ ହାତ ପାପୁଲି କଟା ହୋଇଥିବା ସହ ଯୌନାଙ୍ଗରେ ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଗୁଣି ଗାରେଡି ପାଇଁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।