ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ, ଦୁଇଟି ଝିଅ ଜନ୍ମ ହୋଇଥିବାରୁ ଶାଶୁଘର ଲୋକ ଦେଉଥିଲେ ନିର୍ଯାତନା

Published By : Prameya-News7 Bureau | September 14, 2019 IST

ପଟ୍ଟାମୁଣ୍ଡାଇ ୧୪।୯: କେନ୍ଦ୍ରାପଡା ରାଜକନିକା ଥାନା ଅଞ୍ଚଳରେ ବଧୂହତ୍ୟା ଅଭିଯୋଗ ହୋଇଛି । ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଆୟତନ ମହାଦେଇଆଡିଆ ଗାଁରେ ଗତକାଲି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଉଛନ୍ତି ସୁକାନ୍ତି ସାହୁ । ସୁକାନ୍ତି ଗତ ୬ ବର୍ଷ ତଳେ ଆୟତନ ମହାଦେଇଆଡିଆ ଗାଁର ଦୀପକ ସାହୁଙ୍କୁ ବିବାହ କରିଥିଲେ । ସୁକାନ୍ତିଙ୍କର ଦୁଇ ଝିଅ ଅଛନ୍ତି । ସୁକାନ୍ତିଙ୍କ ବାପଘରଲୋକେ ଅଭିଯୋଗ କରିଛନ୍ତି ଯେ, ଦୁଇ କନ୍ୟା ସନ୍ତାନ ଜନ୍ମ କରିଥିବାରୁ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଶାରିରୀକ ନିର୍ଯାତନା ଦେଉଥିଲେ । ଯୌତୁକ କାରଣରୁ ମଧ୍ୟ ନିର୍ଯାତନା ଦିଆଯାଉଥିବା କହିଥିଲେ ପରିବାରଲୋକ । ବାରମ୍ବାର ବାପଘରୁ ଟଙ୍କା ଆଣିବାକୁ ମଧ୍ୟ କୁହାଯାଉଥିଲା । ଗତକାଲି ସେମାନେ ତାଙ୍କୁ ହତ୍ୟା କରିଛନ୍ତି ତେଣୁ ରାଜକନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.