ଜଙ୍ଗଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | December 15, 2019 IST

କାମାକ୍ଷାନଗର ୧୫।୧: ଜଙ୍ଗଲ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଡିହୋଡୋଳ ସେକ୍ସନ ଅଞ୍ଚଳର ଡେମୋଳ ଗାଁ ଜଙ୍ଗଲ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଡେମୋଳ ଗାଁର ବୁଧେଈ ବେହେରା ।

{"id":197927,"sizeSlug":"large"}

ବୁଧେଈ ଗତକାଲି ଛେଳି ଚରାଇବା ପାଇଁ ଗାଁ ନିକଟ ଜଙ୍ଗଲ ଜମି ଆଡକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଓ ଗାଁର କିଛି ଯୁବକ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି ସକାଳେ ଗାଁ ନିକଟ ଜଙ୍ଗଲ ନିକଟରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ହେବ ହାତୀପଲ ଉପଦ୍ରବ ଚଳାଇଛନ୍ତି । ତେଣୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

{"id":197929,"sizeSlug":"large"}

ମହିଳାଙ୍କ ସ୍ବାମୀ ଗାଣ୍ଡୁଙ୍କୁ ମଧ୍ୟ କିଛି ଦିନ ପୂର୍ବରୁ ହାତୀ ଆକ୍ରମଣ କରିଥିଲା । ସେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଖବର ପାଇ ମହାବିରୋଡ଼ ରେଞ୍ଜ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.