ନବବଧୂଙ୍କ ମୃତଦେହ ଉଦ୍ଧାର, ଯୌତୁକ ପାଇଁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ

Published By : Prameya-News7 Bureau | September 19, 2019 IST

ଡେଲାଙ୍ଗ ୧୯।୯: ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ୍ ଅନ୍ତର୍ଗତ ପୁରୁଣା ଡେଲାଙ୍ଗରେ ନବବଧୂଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଶାଶୁଘରଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତକ ହେଉଛନ୍ତି ଲକ୍ଷ୍ମୀପ୍ରିୟା ମହାପାତ୍ର ।

{"id":159649}

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀପ୍ରିୟା ଗତ ୮ ମାସ ତଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ପୁରୁଣା ଡ଼େଲାଙ୍ଗର ପ୍ରଦୀପ କୁମାର ମହାପାତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କୁ ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ଝିଅର ବାପା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି। ତେବେ ତାଙ୍କ ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.