Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

26/08/2018 at 4:37 AM

ମୟୁରଭଞ୍ଜ ୨୬/୮ : ବାରିପଦା ଟାଉନ ଥାନା ୱାଲିଗଞ୍ଜ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ରାଧାରାଣୀ ବେହେରା । ଗତକାଲି ରାତିରେ ତାଙ୍କ ମୁଣ୍ଡକୁ ଓଜନିଆ ଜିନିଷରେ ଆଘାତ କରି କେହି ହତ୍ୟା କରିଥିବା ଜଣାପଡ଼ିଛି । ରାଧାରାଣୀଙ୍କ ସାନପୁଅ ତାଙ୍କ ସାଙ୍ଗରେ ରହୁଥିବା ବେଳେ ବଡପୁଅ ଏବଂ ବୋହୁ ବାହାରେ ରୁହନ୍ତି । ଗତକାଲି ରାତିରେ ମାଆଙ୍କର ମୃତଦେହ ଘରେ ପଡିଥିବା ଖବର ପାଇ ବଡପୁଅ ଓ ବୋହୁ ଘରକୁ ଯାଇଥିଲେ । ସେଠାରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ । ଏ ନେଇ ବାରିପଦା ଟାଉନ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ଫରେନ୍ସିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଧାରାଣୀଙ୍କର ୨ ପୁଅ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।

   Related Posts