ପୋଖରୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | February 04, 2019 IST

ରାଇରଙ୍ଗପୁର ୪|୧: ପୋଖରୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ରାଇରଙ୍ଗପୁର ଥାନା ଚମ୍ପରାଇ ଗ୍ରାମର ପାନ ସରେନ। ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂର ଯୋଡ଼ାଗଡ଼ିଆ ନିକଟସ୍ଥ ବିଲ ମଝିରେ ଥିବା ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ମୃତ ମହିଳା ଜଣକ ତିନିଦିନରୁ ନିଖୋଜ ଥିଲେ। ପୋଖରୀରେ କୌଣସି କାରଣରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.