Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମାଟି ତଳୁ ବାହାରିଲା ମହିଳାଙ୍କ ମୃତଦେହ : ଶାଶୁଘର ଲୋକେ ମାରି ପୋତି ଦେଇଥିବା ଅଭିଯୋଗ

12/06/2019 at 5:51 PM

କେନ୍ଦ୍ରାପଡା  ୧୨/୬: ମାଟି ତଳୁ ବାହାରିଲା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡା ନିକିରାଇ ଥାନା  ଧୁମାତ ଗଁ। ମଶାଣୀର ମାଟି ଖୋଳି ମହିଳାଙ୍କ ଶବ ଜବତ କରିଛି ପୋଲିସ । ମୃତକ ହେଲେ ବନ୍ଧପଡା ଗଁ।ର ପାର୍ବତୀ ମଲ୍ଲିକ । ପାର୍ବତୀଙ୍କୁ ଶାଶୁଘର ଲୋକେ ମାରି ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପଘର ଲୋକେ ।

ମଶାଣୀରେ ମାଟି ଖୋଳା ଚାଲିଛି । ୪ ଫୁଟ୍ ଖୋଳିବା ପରେ ବାହାରୁଛି ମହିଳାଙ୍କ ମୃତ ଦେହ । ଏ ଦୃଶ୍ୟ ହେଉଛି   କେନ୍ଦ୍ରାପଡ଼ା ନିକିରାଇ ଥାନା ବନ୍ଧପଡ଼ା ଗାଁର । ଜବତ ମୃତଦେହଟି ଏହି ଗଁ।ର ପାର୍ବତୀ ମଲିକଙ୍କର ।  ଗତ ଜୁନ୍ ୮ରେ ପାର୍ବତୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବାପ ଘର ଲୋକେ ଜାଣିବାକୁ ପାଇଥିଲେ । ତେବେ ବାପ ଘର ଲୋକେ  ପହଞ୍ଚିବା ବେଳକୁ ପାର୍ବତୀଙ୍କ ମୃତ ଦେହ ଗଁ। ମଶାଣୀରେ ପୋତା ସରିଥିଲା । ପାର୍ବତୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ପୋଲିସ ପାର୍ବତୀଙ୍କ ଗଳିତ ମୃତ ଦେହ  ଜବତ କରି ତଦନ୍ତ ଆରମ୍ଭ କରିଛି ।

୨୦୦୮ରେ ଚିତ୍ରସେନ ଓ ପାର୍ବତୀ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ 10 ବର୍ଷର ଝିଅ ଓ ଗୋଟିଏ 7 ବର୍ଷର ପୁଅ ଅଛି। ଚିତ୍ରସେନ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି । ବିଭିନ୍ନ ସମୟରେ ନିଶା ଖାଇ ପାର୍ବତୀଙ୍କୁ ମାରଧର କରେ ଚିତ୍ରସେନ । ଅନ୍ୟଜଣେ ମହିଳାଙ୍କୁ ଚିତ୍ରସେନ ବିବାହ କରିଥିବା ମଧ୍ୟ ପାର୍ବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଜବତ ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇବା ସହ ଅଭିଯୁକ୍ତ ଚିତ୍ରସେନ୍ କୁ ଅଟକ ରଖିଛି ପୋଲିସ  ।

କାହିଁକି ମୃତ ଦେହ ତରବରିଆ ଭାବେ ପୋତାଯାଇଥିଲା । ପୋଷ୍ଟ ରିପୋର୍ଟ ପରେ ହିଁ ସବୁ ରହସ୍ୟ ଫିଟିବ ବୋଲି ଆଶା ରଖିଛି ପୋଲିସ ।

   Related Posts