ଘରୁ ଡାକି ନେଇ ନିର୍ମମ ହତ୍ୟା, ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ
10/07/2019 at 9:27 AM

କେନ୍ଦୁଝର ୧୦|୭: କେନ୍ଦୁଝର ବାମେବାରୀ ଥାନାର ହାତୀମରା ମୁଣ୍ଡା ସାହିରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ଜଙ୍ଗଲକୁ ଡାକି ନେଇ ଉପାସି ଗୋପଙ୍କୁ ନିର୍ମମ ହତ୍ୟା କରାଯାଇଛି । ସେହି ସାହିର ଜିତୁ ମୁଣ୍ଡା ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତକାଲି ଜିତୁ ଉପାସିକୁ ଜଙ୍ଗଲକୁ ଟାଣି ଟାଣି ନେଉଥିବାର ଗାଁ ଲୋକେ ଦେଖିଥିଲେ । ତେବେ ରାତିରେ ଉପାସି ଆଉ ଘରକୁ ନଫେରିବାରୁ ବହୁ ଖୋଜାଖୋଜି ପରେ ଜଙ୍ଗଲରୁ ମୃତଦେହ ମିଳିଥିଲା । ଜଙ୍ଗଲରେ ଉପାସିକୁ ଧାରୁଆ ଅସ୍ତ୍ରରେ ବେକ ଓ ପେଟକୁ ହାଣି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ବିଳମ୍ବିତ ରାତିରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ଜିତୁକୁ ଅଟକ ରଖି ତଦନ୍ତ ଜାରି ରଖିଛି ।