Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦୁର୍ଗନ୍ଧ ବାହାରୁଥିବା ବନ୍ଦ ଘରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ହତ୍ୟା ସନ୍ଦେହ

15/11/2019 at 9:50 AM

ସମ୍ବଲପୁର ୧୫।୧୧: ସମ୍ବଲପୁର ମୁଦୀପଡା ପାଣି ଟାଙ୍କି ପଡାର ବନ୍ଦ ଘରୁ ମିଳିଛି ମହିଳାଙ୍କ ଗଳିତ ମୃତଦେହ । ଏହି ଭଡା ଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଗତ ୨ଦିନ ଧରି ଉତ୍କଟ ଗନ୍ଧ ବାହାରୁଥିଲା । ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ମିଳିଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଏକ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ତାଙ୍କର ୪ ବର୍ଷର ଶିଶୁ ସହ ରହୁଥିଲେ। ଗତ ମଙ୍ଗଳବାର ରାତିରେ ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିଦିନ ପରଠାରୁ ଏହି ଘରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଆଜି ଘର ଖୋଲାଯିବା ପରେ ମହିଳାଙ୍କ ଗଳିତ ମୃତଦେହ ମିଳିଛି । ତେବେ କେଉଁ ପରିସ୍ଥିତରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ପୋଲିସ ତଦନ୍ତ କରୁଛି ।

ମୃତ ମହିଳାଙ୍କ ସ୍ବାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି ନା ଅନ୍ୟ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

   Related Posts