କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 11, 2018 IST

ସାଲେପୁର ୧୧/୮ : କଟକ ଜିଲ୍ଲା ସାଲେପୁର ସିମଲପଡା ନିକଟ ୬ନମ୍ବର କେନାଲରୁ ଜଣେ ମହିଳାଙ୍କର ମୃତଦେହ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ମୃତ ମହିଳାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣଙ୍କ ବଣହରା ଗାଁର ବୋଲି ଜଣାପଡିଛି । ମହିଳା ଜଣକ ଜଗତପୁର ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମକରୁଥିଲେ । ଗତ ତିନି ଦିନ ତଳେ ସେ ଜଗତପୁର ଆସି ଆଉ ଘରକୁ ଫେରି ନଥିଲେ । ଆଜି ସକାଳୁ ତାଙ୍କର ମୃତଦେହ ୬ନମ୍ବର କେନାଲରେ ଭାସୁଥିବାର ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.