କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଗତ ଶନିବାରଠାରୁ ଥିଲେ ନିଖୋଜ

Published By : Prameya-News7 Bureau | September 10, 2019 IST

ମାର୍ଶାଘାଇ ୧୦।୯: ଗତ ଶନିବାରଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

{"id":155726}

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାମାବଜାର ନିକଟ କେନାଲରେ ଜଣେ ମହିଳାଙ୍କ  ମୃତଦେହ ଭାସୁଥିବାର ଦେଖିଥିଲେ ଗ୍ରାମବାସୀ । ସଙ୍ଗେ ସଙ୍ଗେ ମାର୍ଶାଘାଇ ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚିଥିଲା । ଶବଟିକୁ ପାଣିରୁ ଉଦ୍ଧାର କରିବା ସହ ନିଖୋଜ ଥିବା ମହିଳାଙ୍କ ପରିବାରଲୋକଙ୍କୁ ଚିହ୍ନଟ ପାଇଁ ସୂଚନା ଦେଇଥିଲେ ।

{"id":155727}

ମହିଳା ଜଣଙ୍କ ପାଟକୁରା ଥାନା ନାଉଡି ଗ୍ରାମର ରଜନିଗନ୍ଦା ରାଉତ । ସେ ଗତ ଶନିବାରଠାରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ମିଳିବା ପରେ ମାର୍ଶାଘାଇ ପୋଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.