ଭୁବନେଶ୍ବରରେ ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 01, 2018 IST

ଭୁବନେଶ୍ବର ୧|୧୦: ଭୁବନେଶ୍ବରରେ ଏକ କାର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଠିଆ ହୋଇଥିବା ଏକ କାର୍ ଭିତରେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ମିଳିଛି । କାର୍ ଟିର ନମ୍ବର ହେଉଛି ଓଆର୦୨ଏଏମ୨୬୦୦ । ମୃତ ମହିଳା ଜଣକ ଆଗ ସିଟରେ ଥିବାବେଳେ କାର୍ ଡୋର ଲକ୍ ଥିବା ଜଣାପଡିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ମହିଳାଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାର୍ ଟି ସମ୍ମୁଖ ଭାଗ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହୋଇଛି । ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ଭୁବନେଶ୍ବର ଡିସିପି ଅନୁପ ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.