ବରଗଡ ସୋହେଲା ଜାଟଲା ଗାଁରେ ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | November 03, 2018 IST

ବରଗଡ ୩|୧୧:   ବରଗଡ଼ ଜିଲ୍ଲା ସୋହେଲା ଜାଟଲା ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର । ଭେଡେନ ଥାନା ଋଷୁଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟଲିପାଲି ଗାଁର ସଦାନନ୍ଦ ସେନଙ୍କ  ଝିଅ ୨୨ ବର୍ଷୀୟ ମାମି ଜାଟଲା ଗାଁର କଲାଚାନ୍ଦ ସରାଫଙ୍କ ୨୪ ବର୍ଷୀୟ ପୁଅ ମାନସଙ୍କୁ ୩ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଶ୍ବଶୁର ଘର ଦାବି ମୁତାବକ ଯାନୀ ଯୌତୁକ ଦିଆଯାଇଥିଲା । ପରେ ଅଧିକ ଯୌତୁକ ଦାବି କରି ଶ୍ବଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା ମାମିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ରାତିରେ ମାମି ଗୁରୁତର ଥିବା ନେଇ ଶ୍ବଶୁର ଘର ଲୋକେ ମାମିଙ୍କ ପରିବାରକୁ ଖବର ଦେଇଥିଲେ । ମାତ୍ର ପରିବାର ଲୋକେ ସେଠାରେ ପହଞ୍ଚିବା ବେଳେ ମାମିଙ୍କ ମୃତ୍ୟୁ ହୋଇଯାଇଥିଲା । ମାମିଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିବା ପରେ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ, ମାମିଙ୍କ ସ୍ବାମୀ ମାନସ ଏବଂ ଶ୍ବଶୁର କଲାଚାନ୍ଦ ଓ ଶାଶୁ ଅଶ୍ବନୀଙ୍କୁ ପୋଲିସ ଅଟକ ରଖିଛି । ମାମିଙ୍କର ୧୦ ମାସର ଦୁଇଟି ଜାଆଁଳା ପୁତ୍ର ସନ୍ତାନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.