ଗୁଣି ଗାରେଡି ସନ୍ଦେହରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ! ମହିଳାଙ୍କ ମୃତଦେହ ଉଦ୍ଧାର, ୫ ବର୍ଷର ଝିଅ ନିଖୋଜ

Published By : Prameya-News7 Bureau | September 14, 2019 IST

ବଣାଇ ୧୪।୯: ସୁନ୍ଦରଗଡ ବଣାଇ ଅଞ୍ଚଳରୁ ନିଖୋଜ ହୋଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ୫ବର୍ଷର ଝିଅ ନିଖୋଜ ଥିବା ଜଣାପଡିଛି । ତେବେ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଚାନ୍ଧିପୋଷ ଥାନାର ରାବଣ ଝୋଲା ଗ୍ରାମର ଜଣେ ମହିଳା ଏବଂ ତାଙ୍କ ୫ ବର୍ଷର ଝିଅ ନିଖୋଜ ହୋଇଥିଲେ । ତେବେ ଗତକାଲି ଦର୍ଜି ନିକଟ ବ୍ରାହ୍ମଣୀ ନଦୀ କୂଳରୁ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ପୋଲିସ କିଛି ଜଣଙ୍କୁ ପଚାର ଉଚରା କରୁଛି ।

ରାବଣା ଝୋଲା ଗ୍ରାମରେ ବିଷା କେରକେଟାଙ୍କ ସ୍ତ୍ରୀ ଗାଙ୍ଗୀ କେରକେଟା ରହୁଥିଲେ । ଗ୍ରାମର କେତେକ ବ୍ୟକ୍ତିଙ୍କୁ ଜ୍ବର ନଛାଡିବା ଯୋଗୁଁ ଗାଙ୍ଗୀ ଗୁଣି କରୁଥିବା ସମସ୍ତେ କହିଥିଲେ । ପରେ ଗାଁରେ ଗତ ୯ ତାରିଖରେ ବୈଠକ ମଧ୍ୟ ହୋଇଥିଲା । ତାପରେ ଗାଙ୍ଗୀ ଏବଂ ତାଙ୍କ ୫ ବର୍ଷ ଝିଅ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ପତ୍ତା ନମିଳିବାରୁ ଜଣେ ଚାନ୍ଧିପୋଷ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଆଜି ଦର୍ଜି ନିକଟ ବ୍ରାହ୍ମଣୀ ନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ତାଙ୍କ ସ୍ଵାମୀ ବିଷା କେରକେଟା ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ଝିଅର ପତ୍ତା ମିଳିନାହିଁ । ପୋଲିସ ସନ୍ଦେହରେ କେତେଜଣଙ୍କୁ ପଚାର ଉଚରା କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.