Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅନ୍ଧବିଶ୍ବାସ ! ୧୫ ଘଣ୍ଟା ପଡି ରହିଲା ମହିଳାଙ୍କ ଶବ : ଛୁଇଁଲେନି ପରିବାର ଲୋକ, ଶବସତ୍କାର କଲେ ବିଜୁ ଯୁବ ବାହିନୀ

4/02/2019 at 2:36 PM

ଘଟଗାଁ ୪|୧: ଆଜି ବି ଅନ୍ଧବିଶ୍ବାସର ଶିକାର ମନୁଷ୍ୟ ସମାଜ । ଅନ୍ଧବିଶ୍ବାସର ଶିକାର ହୋଇ ନିନ୍ଦନୀୟ କାର୍ଯ୍ୟ କରିବାକୁ ପଛାଉନାହିଁ ମନୁଷ୍ୟ ସମାଜ । ଏଭଳି ଏକ ନିନ୍ଦନୀୟ ତଥା ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଘଟଗଁ। ବ୍ଲକ୍ ଖଣ୍ଟଘର ପଞ୍ଚାୟତ ମହୁଲଗାଡିଆ ଗାଁରେ । ଶବ ବ୍ୟବଚ୍ଛେଦ କରାଯାଇଥିବାରୁ ଶବ ସତ୍କାର କରିନଥିଲେ ଶ୍ବଶୁର ଘର ଲୋକ । ଶେଷରେ ୧୫ଘଣ୍ଟା ଧରି ପଡିରହିଥିବା ଶବକୁ ବିଜୁ ଯୁବ ବାହିନୀ ସତ୍କାର କରିଥିଲେ ।

କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଖଣ୍ଟଘର ପଞ୍ଚାୟତ ମହୁଲଗାଡିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସ୍ବର୍ଗତ ଦଶରଥ ନାୟକଙ୍କ ପୁଅ ଚନ୍ଦ୍ରଭାନୁ ନାୟକଙ୍କ ସହ ଗତ ୮ ମାସ ତଳେ ଦ୍ରୌପଦୀ ନାୟକ ବିବାହ କରିଥିଲେ । ତେବେ କୌଣସି କାରଣରୁ ଦ୍ରୌପଦୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶ୍ବଶୁର ଘର ଲୋକେ ତାଙ୍କୁ  କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଦ୍ରୌପଦୀଙ୍କ ମୃତ୍ୟୁ ହୋଇଥିଲା । ଫଳରେ ତାଙ୍କ ମୃତଦେହକୁ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା । ମଣିଷର ଶବକୁ ବ୍ୟବଚ୍ଛେଦ କରାଗଲେ କେହି ଛୁଇଁନ୍ତି ନାହିଁ ବୋଲି ଅନ୍ଧବିଶ୍ବାସ ରହିଛି । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଶ୍ବଶୁରଘର ଲୋକେ ଦ୍ରୌପଦୀଙ୍କ ମୃତଦେହକୁ ଛୁଇଁ ନଥିଲେ କି ଶବସତ୍କାର ମଧ୍ୟ କରିନଥିଲେ । ଫଳରେ ଦ୍ରୌପଦୀଙ୍କ ମୃତଦେହ ପ୍ରାୟ୧୫ଘଣ୍ଟା ଧରି ବାହାରେ ପଡିରହିଥିଲା ।

ତେବେ ଘଟଣାର ଖବର ପାଇଁ ଢେଙ୍କିକୋଟ ପଂଚାୟତ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ସେଠାରେ ଯାଇ ପହଞ୍ଚିଥିଲେ । ମହିଳାଙ୍କ ଶବଟିକୁ ନେଇ ଶ୍ମଶାନରେ ସତ୍କାର କରିଥିଲେ । ଘଟଗଁ। ଅଂଚଳରେ ଏବଂ ସାରା ସମାଜ ପାଇଁ ଢେଙ୍କିକୋଟ ବିଜୁ ଯୁବ ବାହିନୀ ଏକ ଉଦାହରଣ ସୃଷ୍ଟି କରିଛି ।

ତେବେ ଦ୍ରୌପଦୀଙ୍କ ଶବ ୧୫ ଘଣ୍ଟା ଧରି ବାହାରେ ପଡିରହିଥିଲେ ମଧ୍ୟ ପ୍ରଶାସନ କାହିଁକି ହସ୍ତକ୍ଷେପ କରିନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଏକ ନିନ୍ଦନୀୟ ଘଟଣା ।

   Related Posts