ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସମ୍ମୁଖରେ ଦୁର୍ଘଟଣା ; ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | November 12, 2018 IST

ବାଲେଶ୍ବର ୧୨|୧୧: ବାଲେଶ୍ବର ୫ ନଂ ଜାତୀୟ ରାଜପଥ ଶିଳ୍ପାଞ୍ଚଳ ଥାନା ସମ୍ମୁଖରେ ଦୁର୍ଘଟଣା ହୋଇଛି । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ବୈଶିଙ୍ଗା ଥାନା କଲମା ଅନ୍ତର୍ଗତ ଟିକାୟତପୁରର ଅହଲ୍ୟା ପାତ୍ର । ଅହଲ୍ୟା ୨ ଭାଇଙ୍କ ସହ ବାଇକରେ ବୈଶିଙ୍ଗା ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ କୌଶଲ୍ୟାଙ୍କ ୨ ଭାଇ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.