ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ; ପ୍ରତିବାଦରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | December 10, 2018 IST

ଢେଙ୍କାନାଳ ୧୦|୧୨: ଢେଙ୍କାନାଳକାମାକ୍ଷାନଗର ମହାବୀର ରୋଡ ରେଞ୍ଜ୍ କନ୍ଦରସିଙ୍ଗା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଦନ୍ତା ହାତୀଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କନ୍ଦରସିଙ୍ଗା ଗାଁର ନିରୂପମା ବିଶ୍ବାଳ। ସକାଳେ ଶୌଚ ହେବା ପାଇଁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେଟେକି କଚାଡି ଫୋପାଡି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁରେ କିଛି ଦିନ ହେବହାତୀ ଉପଦ୍ରବ ଚଳାଇଛନ୍ତି । ପ୍ରଶାସନ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବନବିଭାଗ ପହଞ୍ଚି ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.