Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାତୀ ଆକ୍ରମଣରେ ମହିଳା ମୃତ

9/04/2019 at 12:04 PM

ଅନଗୁଳ ୯|୪ : ଅନଗୁଳ ଜିଲ୍ଲା ଛେଣ୍ଡିପଦାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତାଳବୁରୀ ସାହିର ଲବଙ୍ଗୀ ପ୍ରଧାନ। ସେ ସକାଳୁ ମହୁଲ ସଂଗ୍ରହ କରିବାକୁ ଯାଉଥିଲା ବେଳେ ହାତୀ ହାବୁଡରେ ପଡିଥିଲା। ହାତୀଟି ଶୁଣ୍ଢରେ ଟେକି କଚାଡି ମାରିଦେଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ତେବେ ବନ ବିଭାଗ ସେଠାକୁ ଯାଇ ସରକାରଙ୍କ ନିୟମ ଅନୁସାରେ ସମସ୍ତ କ୍ଷତିପୂରଣ ଦିଆଯିବ ବୋଲି କହି ଲୋକଙ୍କୁ ବୁଝାସୁଝା କରୁଛି। ଦିନେ ଦୁଇ ଦିନ ମଧ୍ୟରେ ସବୁ ଟଙ୍କା ମିଳିଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।

   Related Posts